ଅର୍ଥନୈତିକ ସର୍ଭେ ରିପୋର୍ଟ: ବାଇଗଣୀ ରଙ୍ଗର ରହସ୍ୟ

ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା କୃଷ୍ଣମୂର୍ତ୍ତି ସୁବ୍ରମଣିଅନଙ୍କ ନେତୃତ୍ବରେ ୨୦୧୯-୨୦ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ରିପୋର୍ଟ ଦୁଇଟି ସଂଖ୍ୟାରେ ପ୍ରକାଶ ପାଇଛି। ଏହାର ରଙ୍ଗ ହାଲକା ବାଇଗଣୀ ରହିଛି। ସରକାର ଗତବର୍ଷ ପ୍ରଚଳନ କରିଥିବା ନୂଆ ୧୦୦ ଟଙ୍କିଆ ନୋଟ୍ ଭଳି ଚଳିତବର୍ଷ ଅର୍ଥନୈତିକ ସର୍ଭେର ରଙ୍ଗ ମଧ୍ୟ ବାଇଗଣୀ ରହିଛି। ସେହିଭଳି ଅର୍ଥନୀତିରେ ପୂର୍ବର ୧୦୦ ଟଙ୍କିଆ ନୋଟ୍ ମଧ୍ୟ ରହିଛି। ୧୦୦ ଟଙ୍କିଆ ନୋଟ୍ ଦେଶର ଏକ ବହୁପୁରୁଣା ନୋଟ। ତେଣୁ ପୁରୁଣା ଏବଂ ନୂଆ ମଧ୍ୟରେ ବା ପ୍ରାଚୀନ ଚିନ୍ତାଧାରା ସହିତ ବର୍ତ୍ତମାନ ସ୍ଥିତିର ଏହା ଏକ ସମନ୍ବୟ ବୋଲି ସୁବ୍ରମଣିଅନ୍ କହିଛନ୍ତି। ସେହିଭଳି ନିବେଶର କାରଣ ଏବଂ ପ୍ରଭାବ ହେଉଛି ସମ୍ପତ୍ତି ସୃଷ୍ଟି। ତେଣୁ ସମ୍ପତ୍ତି ସୃଷ୍ଟି ଉପରେ ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ମଣିଷ ଆଦିମ କାଳରୁ ମନୁଷ୍ୟ ଅନୁସରଣ କରୁଥିବା ଧର୍ମ, ଅର୍ଥ, କାମ ‌ଏବଂ ମୋକ୍ଷ ସମ୍ପର୍କରେ ମଧ୍ୟ ଅର୍ଥନୈତିକ ସର୍ଭେରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର