ଏହି ପ୍ରକ୍ରିୟା ଆପଣାଇ ମାତ୍ର ଏକ ମିନିଟରେ ହ୍ବାଟସଆପରୁ କରନ୍ତୁ କୋଭିଡ-୧୯ ଟିକାର ସାର୍ଟିଫିକେଟ ଡାଉନ‌ଲୋଡ

ନୂଆଦିଲ୍ଲୀ: କୋଭିଡ-୧୯ ମାମଲା ପୁଣିଥରେ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ କୌଣସି ସ୍ଥାନରେ ପ୍ରବେଶ ପୂର୍ବରୁ କୋଭିଡ-୧୯ ଭାକସିନ ସାର୍ଟିଫିକେଟ ମଗାଯାଉଛି। ଏହାକୁ ଲୋକେ Co-Win ଅଫିସିଆଲ ସାଇଟରୁ ଡାଉନଲୋଡ କରି ପାରିବେ। ଏହା ବ୍ୟତୀତ ଆରୋଗ୍ୟ ସେତୁରୁ ବି ଏହାକୁ ଡାଉନଲୋଡ କରାଯାଇପାରିବ।

କୋଭିଡ-୧୯ ଭାକସିନ ସାର୍ଟିଫିକେଟକୁ ଆପଣ ହ୍ବାଟସଆପରୁ ବି ଡାଉନଲୋଡ କରି ପାରିବେ। ଏଥିପାଇଁ ଆପଣଙ୍କୁ ରେଫରେନ୍ସ ନମ୍ବର ବି ଆବଶ୍ୟକ ନାହିଁ। ଏଥିରେ କେବଳ ଓଟିପି ଜରିଆରେ କରୋନା ଭାକସିନ ସାର୍ଟିଫିକେଟକୁ ଡାଉନଲୋଡ କରିବାକୁ ହେବ।

WhatsApp पर 1 मिनट से भी कम समय में डाउनलोड करें कोरोना वैक्सीन सर्टिफिकेट, ये है तरीका - WhatsApp How to get COVID 19 vaccination certificate ttec - AajTak

ଏହାକୁ MyGov Corona Helpdesk ଚାଟବୋଟ ଜରିଆରେ ହ୍ବାଟସଆପରେ ଡାଉନଲୋଡ କରାଯାଇ ପାରିବ। ଏହି ଫିଚରକୁ ବହୁ ପୂର୍ବରୁ ଲଞ୍ଚ କରାଯାଇଛି। ଏଥିରୁ ଆପଣ କୋଭିଡ-୧୯ ସହିତ ଜଡ଼ିତ ଅନ୍ୟ ସମସ୍ତ ସୂଚନା ମଧ୍ୟ ପ୍ରାପ୍ତ କରି ପାରିବେ।

କୋଭିଡ-୧୯ ଭାକସିନ ସାର୍ଟିଫିକେଟ ହ୍ବାଟସଆପରୁ ଡାଉନଲୋଡ କରିବାର ପ୍ରକ୍ରିୟା ନିମ୍ନରେ ଦିଆଗଲା। ଏହି ପ୍ରକ୍ରିୟାକୁ ଆପଣାଇ ଆପଣ କରୋନା ଭାକସିନ ସାର୍ଟିଫିକେଟକୁ ୧ ମିନିଟରେ ଡାଉନଲୋଡ କରି ପାରିବେ।

ଏଥିପାଇଁ ଆପଣଙ୍କୁ ପ୍ରଥମେ ଫୋନରେ ୯୧+୯୦୧୩୧୫୧୫୧୫ ନମ୍ବରରେ କରୋନା ହେଲପଡେସ୍କର ନମ୍ବର ସେଭ କରିବାକୁ ହେବ। ଏହାପରେ ଆପଣ ରେଜିଷ୍ଟର୍ଡ ମୋବାଇଲ ନମ୍ବରରୁ ହାଏ ଲେଖି ହ୍ବାଟସଆପ କରିବାକୁ ହେବ।

ଏସବୁ ପରେ ଆପଣଙ୍କୁ ଅନେକ ଅପସନ ଦେଖିବାକୁ ମିଳିବ। ଏଥିରେ ଆପଣଙ୍କୁ ଡାଉନଲୋଡ ସାର୍ଟିଫିକେଟର ଅପସନ ବି ସିଲେକ୍ଟ କରିବାକୁ ହେବ।

ଏହାପରେ ଆପଣଙ୍କୁ ପଞ୍ଜିକୃତ ହୋଇଥିବା ମୋବାଇଲ ନମ୍ବରରେ ଓଟିପି ପଠାଯିବ। ଏସବୁ ସୂଚନା ଦେବା ପରେ ଆପଣଙ୍କୁ ଭାକସିନ ସାର୍ଟିଫିକେଟର ପିଡିଏଫ ଫର୍ମାଟ ପଠାିଇ ଦିଆଯିବ। ଯାହାକୁ ଆପଣଙ୍କୁ ଡାଉନଲୋଡ କରିବାକୁ ପଡ଼ିବ। ଏସବୁ ପରେ ବି ଯଦି ଆପଣଙ୍କ ପଞ୍ଜିକୃତ ନମ୍ବରରେ ହ୍ବାଟସଆପ ନାହିଁ, ତେବେ ଆରୋଗ୍ୟ ସେତୁ ଆପରୁ ତାହାକୁ ଡାଉନଲୋଡ କରି ପାରିବେ।

 

ସମ୍ବନ୍ଧିତ ଖବର