ଝରକା ତାଡ଼ି ଲୁଟିନେଲେ

ଖଣ୍ତଗିରି: ଶନିବାର ବିଳମ୍ବିତ ରାତିରେ ଯାଁଳା ଫାଣ୍ତି ଅନ୍ତର୍ଗତ ବଡ଼ରଘୁନାଥପୁର ଗାଁର ସୁରେନ୍ଦ୍ର ଦାସଙ୍କ ଘରୁ ଡକାୟତି ହୋଇଛି। ଡକାୟତମାନେ ତାଙ୍କ ଘର ଝରକା ତାଡ଼ି ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଯାଁଳା ଫାଣ୍ତି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିଛି। ସୂଚନାନୁସାରେ ସୁରେନ୍ଦ୍ରଙ୍କ ବାଡ଼ି ପଟୁ ପଶିଥିବା ଡକାୟତମାନେ ତାଙ୍କ ଘରର ଝରକାକୁ ଶାବଳରେ ତାଡ଼ିବା ପରେ ଭିତରକୁ ପଶିଥିଲେ। ପରିବାର ଲୋକେ ଶୋଇଥିବା ଘରର କବାଟକୁ ବାହାରୁ ବନ୍ଦ କରି ଦେଇଥିଲେ। ଏହା ପରେ ସେମାନେ ଆଲ୍‌ମିରା ଭାଙ୍ଗି ସେଥିରୁ ୨ଟି ବଡ଼ ଚେନ୍‌, ମୁଦି, କାନଫୁଲ ଓ ଶଙ୍ଖା ଆଦି ପ୍ରାୟ ୪୦ ଗ୍ରାମର ସୁନା ଅଳଙ୍କାର ଏବ˚ ନଗଦ ୫୦ ହଜାର ଟଙ୍କା ଲୁଟି ନେଇଥିଲେ। ପୁଣି ସେମାନେ ଭଙ୍ଗା ଝରକାବାଟ ଦେଇ ପଳାଉଥିବାବେଳେ ସୁରେନ୍ଦ୍ର ଜାଣି ପାରିଥିଲେ। କିନ୍ତୁ ବାହାରୁ କବାଟ ବନ୍ଦ ଥିବାରୁ ସେମାନେ ବାହାରି ପାରିନଥିଲେ। ପରେ ପଡେ଼ାଶୀମାନଙ୍କ ସହଯୋଗରେ ସେମାନେ ବାହାରିଥିଲେ। ସେତେବେଳେକୁ ଡକାୟତମାନେ ଫେରାର‌୍‌ ହୋଇ ଯାରିଥିଲେ।

ସମ୍ବନ୍ଧିତ ଖବର