୩ ଲୁଟେରା ଗିରଫ

ବାରଙ୍ଗ: ଚନ୍ଦକା ଥାନା ପୁଲିସ ୩ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ଅନ୍ଧାରୁଆ ଗ୍ରାମର ପପୁନା ଦାସ(୨୧), ସୁନ୍ଦରପୁରର ମହେଶ୍ୱର ମହାନ୍ତି ଓରଫ ମୁନା(୨୨) ଓ ଅନ୍ଧାରୁଆ ଗାଡ଼ାହିର ମାନସ ପରିଡ଼ା ଓରଫ କାଳିଆ(୨୪)। ପୁଲିସ୍ ସେମାନଙ୍କଠାରୁ ଏକ ମୋବାଇଲ ଓ ସୁନା ଲକେଟ୍ ଜବତ କରିଛି। ସପ୍ତା‌ହେ ତଳେ ଏମାନେ ସୁନ୍ଦରପୁର ରାସ୍ତାରେ ଜଣେ ମହଳାଙ୍କ କାର୍‌କୁ ଅଟକାଇ ତାଙ୍କଠାରୁ ଲୁଟ୍ କରିଥିବା ନେଇ ଚନ୍ଦକା ଥାନାରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର