ଦାନବୀ ସାଜିଲେ ସ୍କୁଲର ଦୁଇ ସହାୟିକା, ୩ ବର୍ଷ ଶିଶୁର ଗୁପ୍ତାଙ୍ଗରେ ଭର୍ତ୍ତି କରିଦେଲେ ପଥର

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ର ମାଧାପୁର ଅଞ୍ଚଳରେ ଜଣେ ସାଢ଼େ ୩ବର୍ଷର ଶିଶୁ ସହ ଯେଉଁ ଭଳି ଭାବରେ ସ୍କୁଲର ଦୁଇ ସହାୟିକା ଅମାନୁଷିକ କାମ କରିଛନ୍ତି, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୀଡ଼ିତାଙ୍କ ସହ ଯୌନ ଶୋଷଣ କରାଯିବା ସହ ତାଙ୍କ ଗୁପ୍ତାଙ୍ଗରେ ପଥର ଭର୍ତ୍ତି କରିଦେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଘଟଣାଟି ଅପ୍ରେଲ ୧୦ରେ ଘଟିଥିବା ବେଳେ ପୀଡ଼ିତାର ମା’ଙ୍କ ଅଭିଯୋଗ ପରେ ପୁଲିସ ଏବେ ଦୁଇ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ।

oneindia.com

ସୂଚନା ମୁତାବକ, ପୀଡ଼ିତା ସ୍କୁଲରୁ ଘରେ ଆସି ପହଞ୍ଚିବା ପରେ ତାଙ୍କ ଗୁପ୍ତାଙ୍ଗରୁ ରକ୍ତସ୍ରାବ ହେଉଥିବା ଦେଖି ପରିବାର ଲୋକେ ଏହାର କାରଣ ପଚାରିଥିଲେ । ଏହା ପରେ ପୀଡ଼ିତା ସ୍କୁଲରେ କିଛି ଦିନ ପୂର୍ବରୁ କାମ କରିବାକୁ ଆସିଥିବା ଦୁଇ ସହାୟିକା ଏଭଳି କରିଥିବା ନିଜ ପରିବାରକୁ ଜଣାଇଥିଲେ । ଯାହା ପରେ ପୀଡ଼ିତାଙ୍କ ମା’ ତାଙ୍କୁ ଡ଼ାକ୍ତରଖାନା ନେବା ସହ ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ପୀଡ଼ିତାଙ୍କୁ ପଚରାଉଚରା କରିବା ପରେ ସ୍କୁଲର ଶୌଚାଳୟରେ ଏଭଳି ଅମାନବିକ କାମ କରାଯାଇଥିବା କହିଥିଲେ ପୀଡ଼ିତା ।

ସମ୍ବନ୍ଧିତ ଖବର