ଅସଦାଚରଣ ଉଦ୍ୟମ କରିବାରୁ ଦୁଇ ଦୁର୍ବୃତ୍ତଙ୍କୁ ଚପଲରେ ପିଟିଲେ ମହିଳା

ହୁବ୍‌ଲୀ : ଆଜିକାଲି ଦୁଷ୍କର୍ମକାରୀ ଏବଂ ଅସଦାଚରଣକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କେଉଁଠି ୩ ବର୍ଷର ଶିଶୁକୁ ତ ଆଉ କେଉଁଠି ୩୫ ବର୍ଷିୟ ମହିଳାଙ୍କୁ ଦୁଷ୍କର୍ମ ଓ ଅସଦାଚରଣ କରାଯାଉଛି । ଏତେ ଆଇନ ପ୍ରଣୟନ ହୋଇ ମଧ୍ୟ ଏହାକୁ ରୋକାଯାଇ ପାରୁ ନାହିଁ । ତେବେ କର୍ଣ୍ଣାଟକର ହୁବ୍‌ଲିରେ ଘଟିଥିବା ଘଟଣା ପରେ ବୋଧହୁଏ କେହି କେଉଁ ମହିଳାଙ୍କୁ ଏକୁଟିଆ ଦେଖି ଅସଦାଚରଣ କରିବାର ସାହାସ କରିବେ ନାହିଁ । ହୁବ୍‌ଲିରେ ଘଟିଥିବା ଘଟଣା ପରେ ସମସ୍ତେ ମହିଳାଙ୍କର ସାହସିକତାକୁ ପ୍ରଶଂସା କରିଛନ୍ତି ।

Jaago Re

ସୂଚନା ମୁତାବକ, ରବିବାର ରାତିରେ ଜଣେ ୫୫ବର୍ଷିୟ ମହିଳା ତାଙ୍କ ଘରକୁ ଯିବା ପାଇଁ ହୁବ୍‌ଲିରେ ବସକୁ ଅପେକ୍ଷା କରିଥିଲେ । ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ପଛରେ ଛିଡ଼ା ହୋଇଥିଲେ । ରାତି ବଢ଼ିବା ସହ କିଛି ସମୟ ପରେ ଲୋକସଂଖ୍ୟା କମିବା ପରେ ଦୁଇ ଦୁର୍ବୃତ୍ତ ମହିଳାଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ । କିଛି ସମୟ ଦୁଇ ଜଣଙ୍କର ଅସଦାଚରଣକୁ ସହ୍ୟ କରିବା ପରେ ମହିଳା ଜଣଙ୍କ ତାଙ୍କ ଚପଲ ଖୋଲି ଦୁଇ ଜଣଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିବା ଆରମ୍ଭ କରିଥିଲେ । ମାଡ଼ ଖାଇବା ପରେ ଦୁଇ ଜଣ ଦୁର୍ବୃତ୍ତ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ । ଏ ପର୍ଯ୍ୟନ୍ତ ଏ ନେଇ କୌଣସି ଏତଲା ଦିଆ ଯାଇ ନାହିଁ ବୋଲି ସୂଚନା ମିଳିଛି ।

ସମ୍ବନ୍ଧିତ ଖବର