୬ବର୍ଷୀୟ ଶିଶୁକୁ ହତ୍ୟାକରି ମୃତଦେହ ସହ ଦୁଷ୍କର୍ମ କଲା ଅଭିଯୁକ୍ତ
ଡେରାଡୁନ୍ : ଉତ୍ତରାଖଣ୍ଡର ଶ୍ୟାମପୁରରେ ଘଟିଛି ଏକ ଅମାନବିକ ଘଟଣା । ଏହି ଅଞ୍ଚଳରେ ଏକ କୁକଡାଫାର୍ମରେ କାମ କରୁଥିବା ଜଣେ ଯୁବକ ୬ବଷୀୟ ଶିଶୁକୁ ହତ୍ୟା କରିବା ସହ ମୃତଦେହ ସହିତ ଦୁଷ୍କର୍ମ କରିଥିଲା ବୋଲି କହିଛି ପୁଲିସ । ଘଟଣାର ତଦନ୍ତ କରି ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡ଼ିଛି । ରିପୋର୍ଟ ଆସିବା ପରେ ମାମଲାକୁ ନେଇ ଅଧିକ ତଦନ୍ତ କରାଯିବ ବୋଲି କହିଛି ପୁଲିସ ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ଦେଇଥିବା ସୂଚନା ମୁତାବକ, ଶୁକ୍ରବାର ପୀଡ଼ିତା ନିଜ ସାଙ୍ଗମାନଙ୍କ ସହ ଖେଳୁଥିବା ସମୟରେ ହଠାତ୍ ନିଖୋଜ ହୋଇ ଯାଇଥିଲେ । ଏହି ଘଟଣା ଘଟିବା ସମୟରେ ପୀଡ଼ିତାଙ୍କ ମାତା-ପିତା ଚାଷ ଜମିରେ କାମ କରୁଥିଲେ । ଏ ନେଇ ଖବର ଦିଆଯିବା ପରେ ପଚରାଉଚରା ଆରମ୍ଭ କରିଥିଲା ପୁଲିସ । ଯାହା ପରେ ପାଖ କୁକୁଡ଼ା ଫାର୍ମର ସିକ୍ୟୁରିଟି ଗାର୍ଡ ଚକୋଲେଟର ଲୋଭ ଦେଖାଇ ପୀଡ଼ିତାଙ୍କୁ ଜଙ୍ଗଲ ମଧ୍ୟକୁ ନେଇ ଯାଇଥିବା ଜଣା ପଡ଼ିଥିଲା । ପୀଡ଼ିତା ଜୋରରେ ପାଟି କରିବାରୁ ଅଭିଯୁକ୍ତ ତାଙ୍କୁ ହତ୍ୟା କରିବା ସହ ମୃତଦେହ ସହ ଦୁଷ୍କର୍ମ କରି ସେଠାରୁ ଫେରାର ହୋଇ ଯାଇଥିଲେ । ପରଦିନ ସକାଳେ ପୀଡ଼ିତାଙ୍କ ମୃତଦେହ ଉଦ୍ଧାର ହେବା ସହ ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ ।