୭ବର୍ଷର ଶିଶୁ ଟିଭି ଦେଖି ନିଜ ଦେହରେ ଲଗାଇଲା ନିଆଁ

ମୁମ୍ବାଇ: ବେଙ୍ଗାଲୁରୁରେ ଟିଭି ସୋ’ ଦେଖୁଥିବା ବେଳେ ଏକ ଶିଶୁ ନିଜ ଦେହରେ ନିଆଁ ଲଗାଇ ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶିଶୁଟର ମୃତ୍ୟୁ ହେଇଥିଲା ବୋଲି ଏକ ଦୁଃଖଦ ଖବର ଗୁରୁବାର ମିଳିଛି।

ସୂଚନାଯୋଗ୍ୟ, ଦବାନଗେରେ ଜିଲ୍ଲାର ହରିହାରା ଗ୍ରାମରେ ୭ବର୍ଷର ଶିଶୁ ପ୍ରାର୍ଥନା କନ୍ନଡ଼ ଟିଭି ସିରିୟଲ ଦେଖୁଥିବା ବେଳେ ନିଜର ଦେହରେ ନିଆଁ ଲଗାଇ ଦେଇଥିଲା। ଫଳରେ ଶିଶୁଟିର ମୃତ୍ୟୁ ଯାଇଇଥିଲା। ତେବେ ଏହି ଘଟଣା ନଭେମ୍ବର ୧୧ ତାରିଖରେ ଘଟିଥିଲେ ହେଁ ପୁଲିସ ନଭେମ୍ବର ୨୯ ତାରିଖରେ ଖବର ପାଇଥିଲା।

ପୁଲିସ ସୂତ୍ରରୁ ପ୍ରକାଶ, ପ୍ରାର୍ଥନଙ୍କ ପରିବାର ଖୁବ୍‌ ଗରିବ । ଘରେ ବସି ପ୍ରାର୍ଥନା କନ୍ନଡ ସିରିଏଲ ‘ନନ୍ଦିନୀ’ ଦେଖୁଥିଲା। ଏହି ସିରିୟଲରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ଆତ୍ମଦାହା କରିବା ପାଇଁ ପ୍ରୟାସ କରୁଥିଲେ। ଏହି ଦୃଶ୍ୟକୁ ଦେଖିବା ପରେ ପ୍ରାର୍ଥନା ବି ଠିକ୍‌ ସେଭଳି କରିବା ପାଇଁ ଚେଷ୍ଟା କରିଥିଲା। । ପରିଣାମ ସ୍ୱରୂପ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା।

ମୃତ ପ୍ରାର୍ଥନା ସେଣ୍ଟମେରୀ କନଭେଣ୍ଟ ସ୍କୁଲରେ ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଥିଲା। ତେବେ ବାସ୍ତବରେ ପ୍ରାର୍ଥନାର ମୃତ୍ୟୁ ଟିଭି ସୋ’ ଦେଖି ହୋଇଛି? ନା ଅନ୍ୟ କିଛି କାରଣ ଥାଇପାରେ ? ବୋଲି ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର