ନିଜ ସଂପର୍କୀୟଙ୍କ ଉପରେ ଟଙ୍କା ବ୍ୟୟ କରୁଥିବା ହେତୁ ପତ୍ନୀଙ୍କ ଗଳା ଚିପି ହତ୍ୟା କଲା ସ୍ବାମୀ!

ଆଗ୍ରା: ଆଗ୍ରାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସଂପର୍କୀୟଙ୍କ ଉପରେ ଟଙ୍କା ଖର୍ଚ୍ଚ କରିବାକୁ ନେଇ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ଓ ଦାମ୍ପତ୍ୟ କଳହରୁ ସୃଷ୍ଟି ହୋଇଛି ମହାଭାରତ। ନିଜ ପତ୍ନୀର ତଣ୍ଟି ଚିପି ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଘଟଣାଟି ଏପରି, ଆଗ୍ରାର ରତ୍ନାକର(ଛଦ୍ମନାମ)ଙ୍କ ପତ୍ନୀ ରେବତୀ(ଛଦ୍ମନାମ) ରତ୍ନାକରଙ୍କ ଦରମା ଟଙ୍କାରୁ ଅଧିକାଂଶ ପରିମାଣ ନିଜ ପରିବାର ଓ ସଂପର୍କୀୟ ଲୋକଙ୍କ ଉପରେ ଖର୍ଚ୍ଚ କରି ଦେଉଥିଲେ। ରେବତୀଙ୍କର ଏପରି ଗୁଣରେ ଅସନ୍ତୁ‌ଷ୍ଟ ଥିଲେ ରତ୍ନାକର।

ରତ୍ନାକରଙ୍କ ରାଗ ଅତିଶୟ ହେବାରୁ ସେ ନିଜ ପତ୍ନୀଙ୍କ ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ୨୧ ବର୍ଷୀୟା ରେବତୀଙ୍କ ହତ୍ୟାର ୧୦ ଦିନ ପରେ ତାଙ୍କ ମୃତଦେହ ଫିରୋଜାବାଦ୍‌ର ନଲ୍‌ହାଠାରୁ ଉଦ୍ଧାର ହୋଇଛି।


News Nation

ଏହି ଘଟଣାର ତଦନ୍ତ କରି ପୁଲିସ୍‌ ରତ୍ନାକରଙ୍କୁ ଗିରଫ କରିଛି। ପୁଲିସ୍‌ ଗିରଫ କରିବା ପରେ ଅଭିଯୁକ୍ତ ସ୍ବାମୀ ନିଜ ଦୋଷୀ ସ୍ବୀକାର କରିଛି। ତାଙ୍କ ଦରମା ଟଙ୍କାକୁ ପତ୍ନୀ ଅଯଥାରେ ସଂପର୍କୀୟଙ୍କ ଉପରେ ବ୍ୟୟ କରୁଥିବା ହେତୁ ସେ ତାଙ୍କ ହତ୍ୟା କରିଥିବା ପୁଲିସ୍‌ ସମ୍ମୁଖରେ ଗ୍ରହଣ କରିଛି।

ଦମ୍ପତିଙ୍କର ୪ ବର୍ଷର ଏକ ଝିଅ ଅଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଦମ୍ପତିଙ୍କର ଭିନ୍ନ ଜାତିରେ ବିବାହ ହୋଇଥିବା କାରଣରୁ ସେମାନଙ୍କ ପରିବାର ଲୋକେ ସେମାନଙ୍କୁ ଭଲ ଭାବେ ଗ୍ରହଣ କରିନଥିଲେ। ବିବାହ ପରେ ପତିପତ୍ନୀ ଘର ଛାଡ଼ି ବାହାରେ ରହୁଥିଲେ। ପତିପତ୍ନୀଙ୍କ ମଧ୍ୟରେ ନିିୟମିତ ଝଗଡ଼ା ଲାଗି ରହୁଥିଲା। ଶେଷରେ ଜାନୁଆରି ୨୯ ତାରିଖରେ ସ୍ବାମୀ ସ୍ତ୍ରୀର ଗଳା ଚିପି ହତ୍ୟା କରିଥିଲା।

ସମ୍ବନ୍ଧିତ ଖବର