ପ୍ରଥମ ସ୍ତ୍ରୀଙ୍କ ସମେତ ୫ ଜଣଙ୍କୁ ଗୁଳି କରି ହତ୍ୟା କରିବା ପରେ ଆତ୍ମହତ୍ୟା କଲା ଆମେରିକୀୟ

କାଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ଜଣେ ବ୍ୟକ୍ତି ନିଜର ପ୍ରଥମ ସ୍ତ୍ରୀଙ୍କ ସମେତ ୫ ଜଣଙ୍କୁ ଗୁଳିକରି ହତ୍ୟା କରିବା ପରେ ଶେଷରେ ନିଜେ ଆତ୍ମହତ୍ୟା କରିଛି। ଏହି ଘଟଣା ପରେ ପୁଲିସ କହିଛି, ଏହା ଏକ ସାମୁହିକ ଗୁଳିକାଣ୍ଡ ଘଟଣା ନୁହେଁ। ଗଣମାଧ୍ୟମର ରିପୋର୍ଟ ଅନୁସାରେ ବୁଧବାର ରାତି ବେକର୍ସଫିଲ୍ଡ ସହରରେ ୨ଟି ଭିନ୍ନ ଭିନ୍ନ ସ୍ଥାନରେ ଗୁଳିକାଣ୍ଡ ହୋଇଛି। ଏହି ଘଟଣାରେ ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। କର୍ଣ୍ଣ କାଉଣ୍ଟିର ସେରିଫ ଡୋନି ୟଙ୍ଗବ୍ଲଡ କହିଛନ୍ତି, ସଦିଗ୍ଧ ନିଜର ପତ୍ନୀଙ୍କ ସହିତ ଟ୍ରକ ବ୍ୟବସାୟ କରୁଥିଲା।

ସେରିଫ କହିଛନ୍ତି, ବ୍ୟବସାୟକୁ ନେଇ ସଦିଗ୍ଧ ତା’ର ପତ୍ନୀ ସହିତ ମତମତାନ୍ତର ହୋଇଥିଲା। ଲସଏଞ୍ଜେଲେସ ଠାରୁ ବେକର୍ସଫିଲ୍ଡ ଉତ୍ତରରେ ୧୪୫ କିଲୋମିଟର ଦୂରରେ ଏହି ଗୁଳିକାଣ୍ଡ ଘଟଣା ଘଟିଛି। ଅଭିଯୁକ୍ତ ଏହି ଘଟଣା ଘଟାଇବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଥିଲା। ଆତତାୟୀ ୨ଟି ସ୍ଥାନରେ ଗୁଳି ଚଳାଇଥିଲା। ଗୋଟିଏ ଘଟଣାରେ ତା’ର ପୂର୍ବତନ ପତ୍ନୀ ମଧ୍ୟ ଶିକାର ହୋଇଥିଲେ। ପୁଲିସ ପୂରା ମାମଲା ତଦନ୍ତ କରୁଛି।

ସମ୍ବନ୍ଧିତ ଖବର