ବଜରଙ୍ଗ ଦଳ ଓ କଳିଙ୍ଗ ସେନା ସମର୍ଥକଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ବର: ରାଜଧାନୀରେ ଭାଲେଣ୍ଟାଇନ୍‌ ଡେ’ ପାଳନକୁ ନେଇ ପ୍ରେମୀଯୁଗଳଙ୍କ ମନରେ ଯେତିକି ଉତ୍କଣ୍ଠା ରହିଥିଲା, ସେତିକି ଭୟ ମଧ୍ୟ ଥିଲା। କାରଣ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳିଙ୍ଗ ସେନା, ବଜରଙ୍ଗ ଦଳ ଭଳି ଅନେକ ସଂଗଠନ ଏହି ଦିବସ ପାଳନକୁ ଘୋର ବିରୋଧ କରିଥିଲେ। ଯେଉଁ ଯୁବକ ଯୁବତୀ ଏହି ଉତ୍ସବକୁ ପାଳନ କରିବେ, ସେମାନଙ୍କୁ ବିଛୁଆତି ଲଗାଇବା, ବିବାହ କରିଦେବା ଭଳି ଅନେକ ଧମକ ଦିଆଯାଇଥିଲା। ଯାହାକି କମିସନରେଟ୍‌ ପୁଲିସକୁ ଚିନ୍ତାରେ ପକାଇଥିଲା। ଏହାକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ରାଜଧାନୀରେ ଥିବା ବିଭିନ୍ନ ସପିଂମଲ୍‌, ପାର୍କ, ସିନେମା ହଲ୍‌, ତାରକା ହୋଟେଲ୍‌, ରେସ୍ତୋରାଁ ଆଦି ସ୍ଥାନରେ ପୁଲିସ ଛାଉଣି କରାଯାଇଥିଲା। ଏହା ସତ୍ତ୍ବେ ମଧ୍ୟ କେତେକ ମଲ୍‌, ସିନେମା ହଲ୍‌ ଓ ପାର୍କରେ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ବିଭିନ୍ନ ସ୍ଥାନରୁ ପୁଲିସ ୨୦ରୁ ଊର୍ଧ୍ବ ଆନ୍ଦୋଳନକାରୀଙ୍କୁ ଗିରଫ କରି ପରେ ଛାଡ଼ି ଦେଇଥିଲା।

ସମ୍ବନ୍ଧିତ ଖବର