ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୁକ୍ତ ଗିରଫ; ଖଣ୍ଡା ଜବତ

ଭୁବନେଶ୍ୱର: ଲକ୍ଷ୍ମୀସାଗର ଉପରସାହି ଅଞ୍ଚଳର ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଖଣ୍ଡା ଜବତ କରିଛି। ସେ ହେଲା ଲକ୍ଷ୍ମୀସାଗର ରାଉତସାହି ଅଞ୍ଚଳର କମଳେନ୍ଦ୍ର ରାଉତ ଓରଫ ଟୁଟୁ(୨୯)। ପୁଲସ ସୂଚନା ମୁତାବକ, ଗତ ଫେବୃୟାରୀ ୨୨ ତାରିଖରେ ଉପରସାହି ଅଞ୍ଚଳର ରଞ୍ଜନ କୁମାର ନାୟକ ଲକ୍ଷ୍ମୀସାଗର କେନାଲ୍‌ ରୋଡ୍‌ରୁ ଘରକୁ ଫେରୁଥିବା ବେଳେ ହଠାତ୍‌ ଟୁଟୁ ତାଙ୍କୁ ଅଟକାଇଥିଲା। ଟୁଟୁ ରଞ୍ଜନକୁ ଗାଳିଗୁଲଜ କରିବା ସହ ମାଡ଼ପିଟ କରିଥିଲା। ରଞ୍ଜନ ପ୍ରତିବାଦ କରିବାରୁ ଟୁଟୁ ପାଖରେ ରଖିଥିବା ଏକ ଖଣ୍ଡାରେ ମୁଣ୍ଡକୁ ଚୋଟ ମାରିଥିଲା। ହେଲେ ଜୀବନ ବିକଳରେ ରଞ୍ଜନ ବାମହାତ ଦେଖାଇଥିଲେ। ରଞ୍ଜନଙ୍କ ବାମହାତରେ ଖଣ୍ଡାଚୋଟ ଯୋଗୁଁ ଗୁରୁତର ଆହତ ହୋଇଥିଲେ। ଏନେଇ ରଞ୍ଜନ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଟୁଟୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର