ବଲାଙ୍ଗୀର: ବ୍ୟାଙ୍କ ଭିତରେ ପଶି ମ୍ୟାନେଜରଙ୍କୁ ଗୁଳି ମାରିଲେ ଲୁଟେରା

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବିଜେପୁରସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ମ୍ୟାନେଜରକଙ୍କୁ ଗୁଳିମାଡ ହୋଇଛି। ବ୍ୟାଙ୍କ କାର୍ଯ୍ୟ ଚାଲୁଥିବାବେଳେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ୟାଙ୍କ ଭିତରକୁ ଆସି ମ୍ୟାନେଜରଙ୍କ ଉପରକୁ ଗୁଳି ଚଳାଇଥିଲେ ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଦୁଇ ଦୁର୍ବୃତ୍ତ ବ୍ୟାଙ୍କରୁ ଟଙ୍କା ଲୁଟ୍‌ କରିବା ଉଦ୍ଦେଶ୍ୟରେ ଆସିଥିଲେ ବୋଲି ସୂଚନା ମିଳିଛି।

ମ୍ୟାନେଜରଙ୍କ ପେଟରେ ଗୁଳି ବାଜି ସେ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ଟିଟିଲାଗଡ଼ ହସ୍ପିଟାଲକୁ ନିଆଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ କେତେ ଟଙ୍କା ଲୁଟ ହୋଇଛି ତାହା ଜଣା ପଡ଼ିନାହିଁ।

ସମ୍ବନ୍ଧିତ ଖବର