ପ୍ରେମିକକୁ ଦେଖା କରିବାର ସ୍ୱାଧୀନତା ମିଳୁ ନଥିବାରୁ ରାଗରେ ପ୍ରେମିକ ସହ ମିଶି ବାପାକୁ ହତ୍ୟା କଲା ଝିଅ
ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ରହୁଥିବା ଜଣେ ୧୫ବର୍ଷୀୟ ନାବାଳିକା ଯେଉଁ କାମ କରିଛନ୍ତି, ତାହା ସମସ୍ତଙ୍କୁ ସ୍ତବ୍ଧ କରିଛି । ପ୍ରେମିକ ସହ ମିଶି ନିଜ ଜନ୍ମ କଲା ବାପାକୁ ହତ୍ୟା କରିବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି । ହତ୍ୟା ପରେ ପୁଲିସ ଅଭିଯୁକ୍ତ ଝିଅ ଓ ତା’ର ୧୮ବର୍ଷୀୟ ପ୍ରେମିକକୁ ଗିରଫ କରିଥିବା ଜଣା ପଡ଼ିଛି । ଗିରଫ ପରେ ପଚରାଉଚରା କରିବାରୁ ହତ୍ୟା ପଛର ପ୍ରକୃତ କାରଣ ଜଣାଇଛି ଝିଅ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସର ସୂଚନାନୁସାରେ, ଅଭିଯୁକ୍ତ ଝିଅ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ତା’ର ଦେଖା ୧୦ମ ଶ୍ରେଣୀରେ ପଢ଼ୁଥିବା ପ୍ରବୀନଙ୍କ ସହ ହୋଇଥିଲା । ଏହା ପରେ ଦୁହିଁଙ୍କ ମଧ୍ୟରେ ଆନ୍ତରିକତା ବଢ଼ିଥିଲା । ପ୍ରବୀନ ସ୍କୁଲ ସାରି କଲେଜ ଯିବା ପରେ ମଧ୍ୟ ଦୁହେଁ ଦେଖା କରିବା ବନ୍ଦ କରି ନଥିଲେ । ପ୍ରତିଦିନ ସପିଂ ମଲ୍ରେ ଦେଖା କରୁଥିବା ଜାଣି ମୃତ ଜୟ କୁମାର ଜୈନ୍ ନିଜ ଝିଅକୁ ତାଗିଦ୍ କରିଥିଲେ । ବାହାରକୁ ନ ଛାଡ଼ିବା ସହ ଫୋନ ମଧ୍ୟ ବ୍ୟବହାର କରିବାକୁ ଦେଉ ନଥିଲେ । ପ୍ରତିଦିନ ଏପରି ହେବାରୁ ଦୁହେଁ ମିଶି ଜୟ କୁମାରଙ୍କୁ ହତ୍ୟା କରିବା ବିଷୟରେ ଚିନ୍ତା କରିଥିଲେ। ଜୟ କୁମାରଙ୍କୁ କ୍ଷୀରରେ ନିଶା ଦେଇ ଅଭିଯୁକ୍ତ ଝିଅ ପ୍ରବୀନଙ୍କୁ ଡ଼ାକିବା ସହ ପରେ ଛୁରି ଭୁସି ଜୟ କୁମାରଙ୍କୁ ହତ୍ୟା କରିଥିଲେ ।