କୃଷ୍ଣସାର ମୃଗ ହତ୍ୟା ମାମଲା: ସୈଫ୍‌ ଅଲ୍ଲୀ ଖାନ, ସୋନାଲିି ବେନ୍ଦ୍ରେ ଓ ତବୁଙ୍କୁ କୋର୍ଟ ନୋଟିସ୍‌

ଜୟପୁର: ‘ହମ୍‌ ସାଥ୍‌ ସାଥ୍‌ ହୈ’ ଚଳଚ୍ଚିତ୍ର ସୁଟିଂ ସମୟରେ ୧୯୯୬ ମସିହାରେ କୃଷ୍ଣସାର ମୃଗ ହତ୍ୟା ମାମଲାରେ ରାଜସ୍ଥାନ ହାଇକୋର୍ଟ ବଲିଉଡ୍‌ କଳାକାର ସୈଫ୍‌ ଅଲ୍ଲୀ ଖାନ, ସୋନାଲିି ବେନ୍ଦ୍ରେ ଓ ତବୁଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଅନ୍ୟ ଦୁଇ ଅଭିନେତା ନିଲମ କୋଥାରି ଓ ଦୁଷ୍ୟନ୍ତ ସିଂହଙ୍କୁ ମଧ୍ୟ ନୋଟିସ୍‌ ଜାରି କରାଯାଇଛି। ୨୦୧୮ ମସିହାରେ ଯୋଦ୍ଧପୁର କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରି ଦେଇଥିବାରୁ ରାଜସ୍ଥାନ ସରକାର ଅପିଲ୍‌ କରିଥିଲେ।

ଏହି ମାମଲାରେ ଅଭିନେତା ସଲମାନ ଖାନ ଦୋଷୀ ସାବ୍ୟସ୍ତ ହୋଇ ସାରିଛନ୍ତି। ସେ ଗତ ବର୍ଷ ଏପ୍ରିଲ୍‌ରେ ଜେଲ୍‌ରୁ ବେଲ୍‌ରେ ଆସିଛନ୍ତି। ପ୍ରଥମେ ଟ୍ରାଏଲ୍‌ କୋର୍ଟ ସଲମାନଙ୍କୁ ମୁକ୍ତ କରି ଦେଇଥିଲେ। ପରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ରାଜଶ୍ରୀ ପିକ୍‌ଚର୍‌ସର ‘ହମ୍‌ ସାଥ୍‌ ସାଥ୍‌ ହୈ’ ଚଳଚ୍ଚିତ୍ର ସୁଟିଂ ସମୟରେ ଏମାନେ ସମସ୍ତେ ଜଙ୍ଗଲରେ ବୁଲି ଏକ କୃଷ୍ଣସାର ମୃଗ ହତ୍ୟା କରିଥିଲେ ବୋଲି ଅଭିଯୋଗ ଆସିଥିଲା। ଆପଣ ଜାଣିଥିବେ ନିଶ୍ଚୟ ଯେ କୃଷ୍ଣସାର ମୃଗ ପରି ଏକ ଲୁପ୍ତ ପ୍ରାୟ ପ୍ରଜାତିର ହତ୍ୟା ଆଇନ୍‌ ଅନୁସାରେ ଅପରାଧ।

ସମ୍ବନ୍ଧିତ ଖବର