ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ବର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ। ଲକ୍ଷ୍ମୀସାଗର ଥାନା ପୁଲିସ ହଳଦୀପଡିଆରେ ଚଢାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ୮ ଗ୍ରାମ ବ୍ରାଉନସୁଗାର ଓ ୪୬୦ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତ ହେଲା ଭଦ୍ରକ ଧାମନଗର ଥାନା ପୋଲିକିରି ଅଞ୍ଚ​ଳର ବେଣୁଧର ଦାସ। ବେଣୁଧର ନାଁରେ ପୂର୍ବରୁ ୩ଟି ମାମଲା ରହିଛି। ଏ ନେଇ ଲକ୍ଷ୍ମୀସାଗର ଥାନା ପୁଲିସ ମାମଲା ରୁଜୁ କରିବା ସହ ବେଣୁଧରକୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର