ମୋ ସହ ଶାରୀରିକ ସଂପର୍କ ରଖ, ମୁଁ ତୁମ ଲୋନ୍‌ ପାସ୍‌ କରାଇ ଦେବି : କୃଷକଙ୍କ ପତ୍ନୀଙ୍କୁ ପ୍ରସ୍ତାବ ଦେଲେ ବ୍ୟାଙ୍କ ମ୍ୟାନେଜର

ମୁମ୍ବାଇ : ମହାରାଷ୍ଟ୍ରରେ ବ୍ୟାଙ୍କର ଶାଖା ପ୍ରବନ୍ଧକଙ୍କ କୁତ୍ସିତ ଚିନ୍ତାଧାରା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଲୋନ ପାସ୍‌ କରାଇବା ପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଶାଖା ପ୍ରବନ୍ଧକ ଜଣେ କୃଷକଙ୍କ ସ୍ତ୍ରୀଙ୍କୁ ଦେଇଥିବା ପ୍ରସ୍ତାବ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି । ପ୍ରବନ୍ଧକ ରାଜେଶ ହିବାସେ ଚାଷ କାମକୁ ନେଇ ଲୋନ ପାସ୍‌ କରାଇବା ପାଇଁ କୃଷକଙ୍କ ସ୍ତ୍ରୀଙ୍କୁ ତାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ କହିଥିଲେ । ମୋ ସହ ଶାରୀରିକ ସଂପର୍କ ରଖିଲେ ମୁଁ ତୁମର ଲୋନ ପାସ୍‌ କରାଇ ଦେବି ବୋଲି ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଶାଖା ପ୍ରବନ୍ଧକ କୃଷକଙ୍କ ସ୍ତ୍ରୀଙ୍କୁ କହିଥିବା ଅଭିଯୋଗ ହୋଇଛି ।

Caravan Daily

ଅନ୍ୟ ପକ୍ଷରେ ନିଜ ବିରୋଧରେ ଅଭିଯୋଗ ହୋଇଥିବା ଜାଣି ଅଭିଯୁକ୍ତ ଜଣଙ୍କ ଫେରାର ଥିବା ଜଣା ପଡ଼ିଛି । ସୂଚନା ମୁତାବକ, କିଛି ମାସ ତଳେ ପୀଡ଼ିତା ମହିଳାଙ୍କ ସ୍ୱାମୀ ଋଣ ପାଇଁ ଆବେଦନ କରିଥିଲେ ମଧ୍ୟ ଋଣ ପାସ୍‌ କରିବା ପାଇଁ ସମୟ ଲାଗୁଥିଲା । ଏହାର କାରଣ ଜାଣିବା ପାଇଁ ପୀଡ଼ିତା ବ୍ୟାଙ୍କକୁ ଯାଇ ପଚାରିବା ପରେ ରାଜେଶ କୌଣସି ଉତ୍ତର ରଖି ନ ଥିଲେ । ବାହାରେ ବସିବାକୁ କହି ଚୌକିଦାର ସହ ଏକ ଚିଠି ପଠାଇଥିଲେ । ଯେଉଁଥିରେ ତୁମେ ମୋ ସହ ଶାରୀରିକ ସଂପର୍କ ରଖିଲେ ତୁମ ଲୋନ ପାସ୍‌ କରାଇବା ସହ ବ୍ୟାଙ୍କର ଅନ୍ୟ ସୁବିଧା ମଧ୍ୟ ଯୋଗାଇ ଦିଆଯିବା ବୋଲି ଲେଖା ଯାଇଥିଲା । ଏହି ଚିଠି ପାଇବା ପରେ ପୀଡ଼ିତା ତୁରନ୍ତ ପୁଲିସରେ ଉଭୟ ଚୌକିଦାର ଏବଂ ଶାଖା ପ୍ରବନ୍ଧକଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଆଇପିସି ଧାରା ଅନୁଯାୟୀ ଏତଲା ରୁଜୁ କରିବା ସହ ଫେରାର ଥିବା ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର