ନାବାଳିକାକୁ ‘ହାଏ ସେକ୍ସି’ କହି ୨ ବର୍ଷ ଜେଲ୍‌ ଗଲେ ଯୁବକ, ୨୧ ହଜାର ଜରିମାନା

ଚଣ୍ଡିଗଡ଼: ଚଣ୍ଡିଗଡ଼ରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ଜଣେ ବ୍ୟକ୍ତି ସହି ଅଞ୍ଚଳର ଜଣେ ନାବାଳିକାକୁ ‘ସେକ୍ସି’ ବୋଲି କହିବାରୁ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ୧୭ ବର୍ଷିଅ ଝିଅକୁ ହାଏ ସେକ୍ସି ବୋଲି କହିଥିବା ଅଭିଯୋଗରେ ଚଣ୍ଡିଗଡ଼ କୋର୍ଟ ସଂପୃକ୍ତ ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, ଝିଅଟି କଲେଜ ସାରି ଘରକୁ ଫେରୁଥିବା ବେଳେ ଅଭିଯୁକ୍ତ ତଣକ ତାଙ୍କୁ ରାସ୍ତା ଉପରେ ଏପରି ଡାକିଥିଲେ ବୋଲି ଅଭିଯୋଗ ହୋଇଥିଲା। ଝିଅଟି ରାଗି ଯିବାରୁ ୨ ଜଣଙ୍କ ଭିତରେ ଯୁକ୍ତି ତର୍କ ଆରମ୍ଭ ହୋଇଥିଲା। ଫଳରେ ଅଭିଯୁକ୍ତ ଯୁବକ ଉଭୟ ନାବାଳିକା ଏବଂ ନାବାଳିକା ସହିତ ଥିବା ତାଙ୍କ ଭାଇଙ୍କୁ ଆକ୍ରମଣ କରିଥିଲେ। କିଛି ସମୟ ଧରି ଏପରି ଚାଲିବା ପରେ ଘଟଣାସ୍ଥଳରେ ପୁଳିସ୍‌ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

୨ ବର୍ଷ ଜେଲ୍‌ ଦଣ୍ଡାଦେଶ ସହି କୋର୍ଟ ଅଭିଯୁକ୍ତ ପଙ୍କଜ ସିଂହ(୨୩)ଙ୍କ ଉପରେ ୨୧,୦୦୦ ଟଙ୍କା ଜରିମାନା ବି କରିଛନ୍ତି। ୨୦୧୭ ମସିହା ସେପ୍ଟେମ୍ବର ୪ ତାରିଖରେ ଘଟିଥିବା ଏହି ଘଟଣାର ଶୁଣାଣି ଏବେ ହୋଇଛି।

ସମ୍ବନ୍ଧିତ ଖବର