ଦୁଇ ପୁଅକୁ ହତ୍ୟା କରିବା ପ‌ରେ ଆତ୍ମହତ୍ୟା କଲା ମା‘

ରାୟପୁର: ଛତିଶଗଡ଼ରେ ଜଣେ ମହିଳା ନିଜର ଦୁଇ ପୁଅକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି ଛତିଶଗଡ଼ରେ ଥିବା ମଡେଲି ଗ‌ାଁରେ ଘଟିଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କୁ ଘଟଣାଟି ସ୍ତବ୍ଧ କରିଛି। ମହିଳାଙ୍କ ନାଁ ଖିଲେଶ୍ବରୀ ସାହୁ ଓ ତାଙ୍କ ଦୁଇ ପୁଅଙ୍କ ନାଁ ଅନିରୁଦ୍ଧ (୪) ଓ ଦକ୍ଷ (୩) ବୋଲି ଜଣାପଡ଼ିଛି।

Image result for death
India Today

ମିଳିଥିବା ସୂଚନା ମୁତାବକ, ଘଟଣା ଘଟିବା ସମୟରେ ମହିଳା ନିଜ ଦୁଇ ପୁଅ ସହ ଘରେ ଥିଲେ। ସ୍ବାମୀ ବାହାରକୁ କାମ କରିବାକୁ ଯାଇଥିବା ବେଳେ ଘରକୁ ଫେରିବା ପରେ ସ୍ତ୍ରୀ ଓ ଦୁଇ ପୁଅକୁ ପଙ୍ଖାରେ ଝୁଲୁଥିବାର ଦେଖିଥିଲେ। ସଙ୍ଗେ ସଙ୍ଗେ ସେ ନିଜ ପଡ଼ୋଶୀଙ୍କୁ ଡ଼ାକିବା ସହ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପହଞ୍ଚି ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ।

ସମ୍ବନ୍ଧିତ ଖବର