ମୁଣ୍ଡ ଉପରେ ବାହାଘର: ଭାବି-ସ୍ବାମୀଙ୍କ ଫୋନ୍‌କୁ ଯୁବତୀଙ୍କ ଅଶ୍ଳୀଳ ଫଟୋ ପଠାଇଲା ପୂର୍ବ ପ୍ରେମିକ

ମୁରାଦାବାଦ: ଝିଅଟିର ବାହାଘର ସ୍ଥିର ହୋଇଯିବା ପରେ ପ୍ରେମିକମାନେ ଭିନ୍ନ ଭିନ୍ନ ପ୍ରକାରର କାଣ୍ଡ ରଚିବା ଆରମ୍ଭ କରିଦିଅନ୍ତି । କେହି କେହି ଝିଅକୁ ଭାବପ୍ରବଣ କରି ବିବାହ ଆଗରୁ ଘରୁ ନେଇଯିବା‌ରେ ସଫଳ ହୁଅନ୍ତି ତ ପୁଣି କେହି ସତମିଛ କହି ବାହାଘର ଭାଙ୍ଗିବାକୁ ଚେଷ୍ଟା କରନ୍ତି।

ଉତ୍ତରପ୍ରଦେଶର ମୁରାଦାବାଦର ଜଣେ ପ୍ରେମିକଙ୍କ କାଣ୍ଡ ଏବେ ଚର୍ଚ୍ଚାର ପରିସର ଭିତରକୁ ଆସିଛି। ଜାଣିବାକୁ ମିଳିଛି ଯେ ପ୍ରେମିକ ଜଣକ ଝିଅଟିର କିଛି ଅଶ୍ଳୀଳ ଫଟୋ ତାଙ୍କ ଭାବି-ସ୍ବାମୀ ବା ମଙ୍ଗେତରଙ୍କ ନିକଟକୁ ପଠାଇ ବାହାଘର ଭାଙ୍ଗିବାକୁ ଉଦ୍ୟମ କରିଛନ୍ତି।

ପ୍ରେମିକ ଜଣକ ଫଟୋ ପଠାଇବା ସହ ଲେଖିଛନ୍ତି, ‘‘ତୁ ସଂପର୍କ ଭାଙ୍ଗି ଦେ। ସେ ମୋର। ନହେଲେ ଭଲ ହେବନାହିଁ।’’ ଆସନ୍ତା ରବିବାର ଦିନ ଝିଅର ବିବାହ ଥିବା ବେଳେ ଯୁବତୀଙ୍କ ମଙ୍ଗେତର ଏବେ ମୁରାଦାବାଦର କଟଘର ଥାନାରେ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

କଟଘର ପୁଲିସ ଷ୍ଟେସନ ମାମଲା ରୁଜୁ କରିବା ପରେ ଯୁବକ ଜଣକ କହିଛନ୍ତି ଯେ ସେ ନଭେମ୍ବର ୫ ତାରିଖରେ ଉକ୍ତ ଯୁବତୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ରାମପୁର ଜିଲ୍ଲାର ମିଲକ ପୁଲିସ ଷ୍ଟେସନ ଅଞ୍ଚଳର ଏକ ଗାଁରେ ଏହି ବିବାହ ହେବ। ବିବାହ ସ୍ଥିର ହେବା ପରେ, ବର୍ତ୍ତମାନ ଦିଲ୍ଲୀର ବାସିନ୍ଦା ନିଜାମ ତାଙ୍କ ସମ୍ପର୍କ ଭାଙ୍ଗିବାକୁ ଚାହୁଁଛି । ସେ ଝିଅ ଦୂର ସମ୍ପର୍କୀୟ। ଅଭିଯୋଗ ହୋଇଛି ଯେ ନିଜାମ ତାର ଭାବିପତ୍ନୀର  ଅଶ୍ଳୀଳ ତଥା ନଗ୍ନ ଫଟୋ ତାଙ୍କ ନିକଟକୁ ପଠାଇଛି । ଏହା ମଧ୍ୟ କହିଛି ଯେ ମୁଁ ତୁମର ଭାବିପତ୍ନୀ ସହିତ ଦୀର୍ଘ ଦିନ ଧରି ଅନୈତିକ ସମ୍ପର୍କ ରଖିଛି। ଏଥି ସହ ଧମକ ଦେଇଛି ଯେ ତା’ ନିକଟରେ ଥିବା ଝିଅର ଫଟୋକୁ ସେ ଭାଇରାଲ୍‌ କରିଦେବ।

ସମ୍ବନ୍ଧିତ ଖବର