ଦମ୍ପତିଙ୍କ କୋଠରୀ ଭିତରକୁ ଲୁଚି ଲୁଚି ଦେଖୁଥିଲେ ହୋଟେଲ କର୍ମଚାରୀ, ମହିଳାଙ୍କ ନଜର ପଡ଼ିବା ପରେ ଧରାପଡ଼ିଲେ

ନୂଆଦିଲ୍ଲୀ : ଦିଲ୍ଲୀର କରୋଲବାଗ୍‌ରେ ଥିବା ଏକ ହୋଟେଲର କର୍ମଚାରୀଙ୍କୁ ପୁଲିସ ଗିରଫ କରିଛି । ଅଭିଯୁକ୍ତ ଦମ୍ପତିଙ୍କ ରୁମ୍‌ ଭିତରକୁ ଲୁଚି ଲୁଚି ଦେଖୁଥିବା ବେଳେ ଭିତରେ ଥିବା ମହିଳା ଯୁବକଙ୍କୁ ଦେଖି ନେଇଥିଲେ । ଯାହା ପରେ ସେ ନିଜ ସ୍ୱାମୀଙ୍କୁ ଏ ବିଷୟରେ ଜଣାଇବା ପରେ ତାଙ୍କ ସ୍ୱାମୀ ପୁଲିସରେ ଖବର ଦେଇଥିଲେ । ଖବର ପାଇ ପୁଲିସ ଅଭିଯୁକ୍ତ ହୋଟେଲ କର୍ମଚାରୀଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଘଟଣାଟି ଗୁରୁବାର ରାତିରେ ଘଟିଥିଲା । ଆଗ୍ରାରୁ ଦିଲ୍ଲୀ ଆସିଥିବା ଦମ୍ପତି କାବିଲ ହୋଟେଲରେ ଏକ ରୁମ୍‌ ବୁକ୍‌ କରାଇଥିଲେ । ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥାରେ କାମ କରୁଥିବା ଦମ୍ପତି ନିଜର କାମ ପାଇଁ ଦିଲ୍ଲୀରେ ଆସି ପହଞ୍ଚିଥିଲେ । ରାତି ୧୧ଟା ବେଳେ ମହିଳାଙ୍କୁ ଭେଣ୍ଟିଲେସନ ପଟୁ କିଛି ଶବ୍ଦ ଶୁଣା ଯାଇଥିଲା। ସେ ଏକଥା ନିଜ ସ୍ୱାମୀଙ୍କୁ ଜଣାଇ ଥିଲେ । ପରେ ମହିଳାଙ୍କ ସ୍ୱାମୀ ଭେଣ୍ଟିଲେସନ ଆଡ଼କୁ ଦେଖିବା ପରେ ସେଠାରେ ଜଣେ ଯୁବକ ଥିବା ଦେଖିଥିଲେ । ଯୁବକଜଣକ ଧରା ପଡ଼ିଯିବା ଡ଼ରରେ ସେଠାରୁ ଖସି ପଳାଇବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ମହିଳାଙ୍କ ସ୍ୱାମୀ ତାଙ୍କୁ ଧରିବା ସହ ପୁଲିସରେ ଖବର ଦେଇଥିଲେ ।

Daily Times

ପୁଲିସ ଅଭିଯୁକ୍ତକୁ ଗିରଫ କରିବା ପରେ ଅଭିଯୁକ୍ତର ନାଁ ବାବୁ ବୋଲି ଜଣା ପଡ଼ିବା ସହ ସେ ବିହାରର ବାସିନ୍ଦା ବୋଲି ଜଣା ପଡ଼ିଥିଲା । ଗତ କିଛି ବର୍ଷ ହେଲା ବାବୁ କାବୁଲ ହୋଟେଲରେ େଓ୍ଵଟରର କାମ କରି ଆସୁଥିଲେ । ଅଭିଯୁକ୍ତ ଅଶ୍ଲୀଳ ଫଟୋ ଉଠାଇଛି କି ନାହିଁ ତାହା ଜାଣିବା ପାଇଁ ପୁଲିସ ଫୋନ ନେଇ ଏବେ ଯାଞ୍ଚ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର