ବିମାନ ମଧ୍ୟରେ ମହିଳାଙ୍କ ଉତ୍ପାତ; ଆଲ୍କହଲ ନଦେବାରୁ ଏୟାର୍ ଇଣ୍ଡିଆ କ୍ରିୟୁ ମେମ୍ବରଙ୍କୁ ଛେପ ପକାଇବା ସହ ଦୁର୍ବ୍ୟବହାର
ଦୁବଲିନ୍: ଏୟାର୍ ଇଣ୍ଡିଆର ଅନ୍ତର୍ଜାତୀୟ ବିମାନ ଭିତରେ ଜଣେ ମହିଳା ଯାତ୍ରୀ ମଦ୍ୟପାନ କରି ପ୍ରଳାପ କରୁଥିବାର ଏକ ଭିଡିଓ ନିକଟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ମହିଳା ଜଣକ ବିମାନରେ ଥିବା କ୍ରିୟୁ ସଦସ୍ୟଙ୍କୁ ଅଧିକ ଆଲକହଲ୍ ବରାଦ କରିବାରୁ କ୍ରିୟୁ ସଦସ୍ୟ ତାଙ୍କୁ ଦେବା ପାଇଁ ମନା କରି ଦେବା ପରେ ତାଙ୍କ ପ୍ରଳାପ ଆରମ୍ଭ ହୋଇଥିଲା। ଆଲ୍କହଲ୍ ନମିଳିବାରୁ ଉତ୍କ୍ଷିପ୍ତ ହୋଇ ମହିଳା ଜଣକ ଉକ୍ତ ଏୟାର୍ ଇଣ୍ଡିଆ କ୍ରିୟୁଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ଉପରୁ ଛେପ ଫୋବାଡୁଥିବାର ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମହିଳା ଜଣକ ଅଶ୍ଳୀର ଭାଷା ପ୍ରୟୋଗ କରୁଥିବାର ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ବିମାନ ଚଳାଉଥିବା ପାଇଲଟ୍ଙ୍କ ଉପରକୁ ବି ସେ ଛେପ ଫୋପାଡୁଥିବା ଅଭିଯୋଗ ହୋଇଛି।
Irish lady behaves in such an abusive, racist way with @airindiain crew for being refused extra drinks. Very decent AI crew behaviour. Arrested on landing. Wonder if she should have been controlled onboard with handcuffs. @JitiBhargava @Mohan_Rngnathan pic.twitter.com/kSTDmGOEm5
— Tarun Shukla (@shukla_tarun) 13 November 2018
ମହିଳାଙ୍କର ଏପରି ଦୁର୍ବ୍ୟବହାରର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୂରିବାରେ ଲାଗିଛି। ବିମାନଟି ତା’ର ଗନ୍ତବ୍ୟ ଲଣ୍ଡନରେ ଲ୍ୟାଣ୍ଡ୍ କରିବା ପରେ ମହିଳା ଜଣକୁ ଗିରଫ କରାଯାଇଛି।
ବିଜ୍ନେସ୍ କ୍ଲାସ୍ର ଯାତ୍ରୀଙ୍କୁ ଏପରି ବ୍ୟବହାର କରୁଛ? ବୋଲି ମହିଳା ଜଣକ ଚିତ୍କାର କରି କହିବାକୁ ଲାଗିଥିଲେ। ତୁମେ ମୋତେ ଗୋଟିଏ ଗ୍ଲାସ୍ ଓ୍ଵାଇନ୍ ଦେଇପାରୁନ କହି ସେ ନିଜର କ୍ଷୋଭ ପ୍ରକାଶ କରିଥିଲେ। ସେ ଅଧିକ ମଦ୍ୟପାନ କରି ଅଣାୟତ୍ତ ହେବାରୁ କ୍ରିୟୁ ସଦସ୍ୟମାନେ ତାଙ୍କୁ ଆଉ ଆଲ୍କହଲ ଦେବେ ନାହିଁ ବୋଲି ଆଲୋଚନା କରି ନିଷ୍ପତ୍ତି ନେବା ପରେ ତାଙ୍କର ପ୍ରଳାପ ଆରମ୍ଭ ହୋଇଥିଲା।