ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଡାକ୍ତର, ୨ହଜାର ଟଙ୍କାକୁ ଗଳିବା ପରେ ପିଇଲେ ପାଣି

ଅହମ୍ମଦାବାଦ: ଆଣ୍ଟି କରପସନ୍‌ ବ୍ୟୁରୋ (ଏସିବି)ଙ୍କ ଜାଲରୁ ମୁକୁଳିବା ପାଇଁ ଜଣେ ପଶୁ ଚିକିତ୍ସକ ଦୁଇହଜାର ଟଙ୍କା ନୋଟକୁ ଗିଳି ପକାଇଥିବାର ଏକ ଘଟଣା ସାମ୍ନାକୁ ଆସିଛି।

ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗୁଜୁରାଟର ପାଟନା ଜିଲ୍ଲାରେ ଘଟିଛି। ଏଠାରେ ଜଣେ ବ୍ୟକ୍ତିକୁ ତାଙ୍କ ପୋଷା ଜୀବର ଚିକିତ୍ସା କରାଇବା ନେଇ ପଶୁ ଡାକ୍ତର ଦୁଇହଜାର ଟଙ୍କାର ଲାଞ୍ଚ ମାଗିଥିଲେ। ବ୍ୟକ୍ତି ଜଣକ ଯେତେବେଳେ ଲାଞ୍ଚ ଦେଇଥିଲେ ଡାକ୍ତର ତାହାକୁ ସ୍ୱୀକାର ମଧ୍ୟ କରି ନେଇଥିଲେ। ଏହି ସବୁ ଜାଲ ଏସିବି ପୂର୍ବରୁ ପ୍ରସ୍ତୁତ କରି ରଖିଥିଲେ। ଯେମିତି ହିଁ ଡାକ୍ତରଙ୍କୁ ଅନୁଭବ ହେଲା କି ସେ ଏହି ଜାଲରେ ଫସି ଯାଇଛନ୍ତି ସେ ତୁରନ୍ତ ଦୁଇହଜାର ଟଙ୍କାକୁ ଗିଳି ପାଣି ପିଇ ଦେଇଥିଲେ।

ଏହାପରେ ଏସିବି ଟିମ୍‌ ପୀଡିତ ଡାକ୍ତରଙ୍କୁ ତୁରନ୍ତ ହସ୍‌ପିଟାଲ ନେଇ ଯାଇଥିଲେ. କାରଣ ତାଙ୍କ ପେଟରୁ ନୋଟ ଯେପରି ବାହାର କରାଯାଇପାରେ।

ଏସିବିର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ‘ଲାଞ୍ଚ ନେଇଥିବା ନୋଟ ଭ୍ରଷ୍ଟାଚାର ମାମଲାର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ଅଟେ। କାରଣ ଅଭିଯୁକ୍ତ ଯେଉଁ ନୋଟ ସ୍ୱୀକାର କରିଥିଲା, ସେହି ନୋଟର ନମ୍ବର ଆମ ପାଖରେ ପୂର୍ବରୁ ପଞ୍ଜିକୃତ ଥିଲା। ପୁଲିସ କବଳରୁ ବର୍ତ୍ତିବା ପାଇଁ ଏହି ଅଭିଯୁକ୍ତ ଯେଉଁ ଦିଗ ଆପଣାଇଲା ତାହା ପ୍ରଥମ ଘଟଣା ନୁହେଁ କିନ୍ତୁ ୟୁନିକ୍‌ ନିଶ୍ଚୟ।’

ସମ୍ବନ୍ଧିତ ଖବର