ସେନା ମେଜର୍‌ଙ୍କ ଦ୍ୱାରା ଗୃହ ସହୟିକା ଦୁଷ୍କର୍ମର ଶିକାର

ନୂଆଦିଲ୍ଲୀ: ଦିଲ୍ଲୀଠାରେ ଭାରତୀୟ ସେନା ମେଜର୍‌ ତାଙ୍କର ଗୃହ ସହାୟିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କୋର୍ଟ ନିର୍ଦ୍ଦେଶ ପରେ ଦିଲ୍ଲୀ ପୁଲିସ୍‌ ମେଜର୍‌ଙ୍କ ନାମରେ ଏକ ମାମଲା ରୁଜୁ କରିଛି। ଅଭିଯୋଗରେ ଆହୁରି ବି ଲେଖା ଯାଇଛି ଯେ କିଛି ଦିନ ତଳେ ଗୃହ ସହାୟିକାଙ୍କ ସ୍ୱାମୀଙ୍କର ମୃତ୍ୟୁ ଘଟିଛି। ତାହା ଏକ ଆତ୍ମହତ୍ୟା ବୋଲି କୁହାଯାଉଥିଲେ ବି ସେ କେବେ ବି ନିଜକୁ ମାରି ନଥିବେ ବୋଲି ମହିଳା ବିଶ୍ୱାସ କରନ୍ତି।

ଏହି ଗୃହ ସହାୟିକା ଜଣକ ଦିଲ୍ଲୀର କାଣ୍ଟ୍‌ ଅଞ୍ଚଳରେ ଦୁଷ୍କର୍ମର ଶିକାର ହୋଇଥିବା ଜାଣିବାକୁ ମିଳିଛି। ଉତ୍ସରୁ ଜାଣିବାକୁ ମିଳିଛି ଯେ ଉଭୟ ମହିଳା ଓ ତାଙ୍କ ସ୍ୱାମୀ ଗୃହ ସହାୟକ ଭାବେ ମେଜରଙ୍କ ଘରେ କାମ କରୁଥିଲେ।

ମହିଳା ଜଣକ ଅଭିଯୋଗ ଆଣିଛନ୍ତି ଯେ ସେ ଜୁଲାଇ ୧୨ ତାରିଖରେ ଦୁଷ୍କର୍ମର ଶିକାର ହୋଇଥିଲେ। ମେଜର ଜଣକ ଚାଲାକି କରି ମହିଳାଙ୍କ ସ୍ୱାମୀଙ୍କୁ ବାହାରକୁ ପଠାଇ ତା’ପରେ ଦୁଷ୍କର୍ମ କରିଥିଲେ ବୋଲି ମହିଳା ଜଣକ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର