ମାଙ୍କଡ ଗୁପ୍ତାଙ୍ଗ ସ୍ପର୍ଶ କରିବା ମହିଳାଙ୍କୁ ମହଙ୍ଗା ପଡ଼ିଲା

କାଇରୋ: ଇଜିପ୍ଟରେ ଜଣେ ମହିଳାଙ୍କୁ ମାଙ୍କଡ଼ ସହିତ ଲାଗିବା ମହଙ୍ଗା ପଡ଼ିଛି। ଏଠାରେ କୋର୍ଟ ମାଙ୍ଗଡ଼ ସହିତ ଖରାପ ବ୍ୟବହାର କରିବା ହେତୁ ମହିଳାଙ୍କୁ ତିନିବର୍ଷ ଜେଲଦଣ୍ଡର ଶୁଣାଣି କରିଛନ୍ତି।

ସୂଚନାଯୋଗ୍ୟ, ମହିଳା ଜଣକ ନୀରିହ ମାଙ୍କଡ଼ ସହିିତ ଯୌନ ଶୋଷଣ କରିବାକୁ ଚେଷ୍ଟା କରିଥିଲା। ଏହାପରେ ଶୁକ୍ରବାର ଉକ୍ତ ମହିଳାଙ୍କୁ ଏଭଳି ଦଣ୍ଡ ମିଳିଛି। ଏହି ନିଷ୍ପତ୍ତି ମନ୍‌ସୁରାର କୋର୍ଟ ବସମା ଅହମଦ ନାମକ ୨୫ବର୍ଷୀୟ ମହିଳାଙ୍କ ବିରୋଧରେ ଶୁଣାଇଛନ୍ତି। ମହିଳାଙ୍କ ଉପରେ ସାର୍ବଜନିକସ୍ଥାନରେ ମାଙ୍କଡ଼ ସହିତ ଅସଦାଚରଣ କରିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାର ୯୦ ସେକେଣ୍ଡର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଅଭିଯୋଗ ପରେ ମହିଳାଙ୍କୁ ଅକ୍ଟୋବରରେ ଗିରଫ କରାଯାଇଥିଲା।

ଭିଡିଓରେ ଦେଖିବାକୁ ମିଳୁଛି, ଅହମଦ ଏକ ପୋଷାପଶୁଙ୍କ ଦୋକାନରେ ଥିଲେ। ଏଠାରେ ସେ ମାଙ୍କଡର ଗୁପ୍ତାଙ୍ଗକୁ ସ୍ପର୍ଶ କରି ହସିବାରେ ଲାଗିଥିଲେ। ଏଥିସହିତ ଅଶ୍ଳୀଳ କମେଣ୍ଟ ବି କରିଥିଲେ। କୋର୍ଟରେ ଅହମଦ ନିଜ ଦୋଷକୁ ସ୍ୱୀକାର ମଧ୍ୟ କରି ନେଇଥିଲା।

ସମ୍ବନ୍ଧିତ ଖବର