ମାସ୍କ କିଣାକୁ ନେଇ ଆଇଏଏସ୍ ହେମନ୍ତ ଶର୍ମାଙ୍କ ନାଁରେ ଏତଲା; କ୍ୟାପିଟାଲ ଥାନାରେ ଏତଲା ଦେଲା ଓଡ଼ିଶା ସୂଚନା ଅଧିକାର ଅଭିଯାନ

ଭୁବନେଶ୍ବର:  ମାସ୍କ କିଣାରେ ଦୁର୍ନୀତି ନେଇ ଆଇଏଏସ ହେମନ୍ତ ଶର୍ମାଙ୍କ ନାଁରେ ଥାନାରେ ଏତଲା । କ୍ୟାପିଟାଲ ଥାନାରେ ଏତଲା ଦେଇଛି ଓଡିଶା ସୂଚନା ଅଧିକାର ଅଭିଯାନ । ମାସ୍କ, ସାନିଟାଇଜର କିଣାରେ ଦୁର୍ନୀତି ହୋଇଛି । ଆଇଏଏସ୍  ହେମନ୍ତ ଶର୍ମା ଓ ତୃତୀୟ ମହଲାର ସମସ୍ତେ ଏଥିରେ ସଂପୃକ୍ତ ଥିବା ଅଭିଯୋଗ କରାଯାଇଛି । ୩୦ ଲକ୍ଷ ମାସ୍କ କେବଳ ୧୦ ଟଙ୍କାରେ କିଣା ହୋଇପାରିବ ବୋଲି ନିର୍ଦ୍ଦେଶ ଆସିଥିଲା । ହୋଲସେଲରେ ୧୦ ଟଙ୍କାରେ କିଣାଯାଇ ରିଟେଲ ପ୍ରାଇସରେ ୧୬ ଟଙ୍କାରେ ବିକ୍ରି ହେବ ବୋଲି କେନ୍ଦ୍ରରୁ ଚିଠି ଆସିଥିଲା ।ମାତ୍ର ରାଜ୍ୟ ସରକାର ଏହାର ଭୁଲ ଅର୍ଥ ବାହାର କରିଛନ୍ତି। ହେଲେ ଯେଉଁ ଦୁଇ ଗୁଣା ଅଢେଇ ଗୁଣା ଅଧିକ ଦରରେ ମାସ୍କ କିଣା ହେଲା ସେଥିରେ ଲାଭ କିଏ ପାଇଲା ବୋଲି ପ୍ରଶ୍ନ କରିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ ।

କୋଭିଡ-୧୯ ପରଚେଜ୍ କମିଟିରୁ ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା ବାଦ ଦିଅଯାଇଛି । କରୋନା ମୁକାବିଲା ସରଞ୍ଜାମ କିଣିବା ପାଇଁ ସରକାର ତାଙ୍କୁ ଦାୟିତ୍ୱ ଦେଇଥିଲେ । ଶକ୍ତି ବିଭାଗ ପ୍ରମୁଖ ସଚିବ ସହିତ କୋଭିଡ -୧୯ର ଏହି ଗୁରୁଦାୟିତ୍ୱ ବୁଝୁଥିଲେ ହେମନ୍ତ ଶର୍ମା । ତେବେ ଗତ କିଛି ଦିନ ହେବ ସେ ବିବାଦ ଘେରରେ ଥିଲେ । ମହାରାଷ୍ଟ୍ର ଓ ପଂଜାବର ପିପିଇ ଓ ମାସ୍କ ଗାଡିକୁ ଔଷଧ ନିଗମ ଗ୍ରହଣ ନ କରିବା ପରେ ଏ ନେଇ ବିବାଦ ଦେଖାଦେଇଥିଲା । ଏହା ପରେ ହେମନ୍ତ ଶର୍ମାଙ୍କୁ ତାଙ୍କ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଥିଲା ।

ସମ୍ବନ୍ଧିତ ଖବର