୧୫ ଜିଲ୍ଲାରୁ ସୁସ୍ଥ ହେଲେ ୧୪୦ କରୋନା ଆକ୍ରାନ୍ତ, ୨୧୩୩ରେ ପହଞ୍ଚିଲା ମୋଟ ସୁସ୍ଥ ସଂଖ୍ୟା

ଭୁବନେଶ୍ୱର: ସବୁଦିନ ଭଳି ଆଜି ମଧ୍ୟ କିଛି ବ୍ୟକ୍ତି କରୋନା ଭୂତାଣୁକୁ ହରାଇ ସୁସ୍ଥ ହୋଇଛନ୍ତି | ରାଜ୍ୟରେ ଆଜି ୧୪୦ କରୋନା ରୋଗୀ ସୁସ୍ଥ ହୋଇଥିବା ଜଣାପଡିଛି | ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ୨୧୩୩ଜଣ ବ୍ୟକ୍ତି କରୋନା ମୁକ୍ତ ହୋଇଛନ୍ତି | ସୁସ୍ଥ ହୋଇଥିବା ୧୪୦ ଜଣଙ୍କ ମଧ୍ୟରେ କଟକରୁ ୨୪ଜଣ, ଗଞ୍ଜାମରୁ ୨୨ଜଣ, ନୂଆପଡାରୁ ୨୧ଜଣ, ଯାଜପୁରରୁ ୧୧ଜଣ, ଖୋର୍ଦ୍ଧାରୁ ୧୧ଜଣ, ଜଗତସିଂହପୁରରୁ ୧୧ଜଣ, ସୁନ୍ଦରଗଡରୁ ୮ଜଣ, ବଲାଙ୍ଗୀର ଓ ଭଦ୍ରକରୁ ୭ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଢେଙ୍କାନାଳରୁ ୫ଜଣ ସୁସ୍ଥ ହୋଇଛନ୍ତି | ଏହା ସହ ବରଗଡ଼, କେନ୍ଦ୍ରାପଡା ଓ ସମ୍ବଲପୁରରୁ ୩ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର ଓ ପୁରୀରୁ ୨ଜଣ ଲେଖାଏଁ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ | ସମସ୍ତଙ୍କର ସ୍ୱାବ ନମୁନା ରିପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କୁ ଡିସଚାର୍ଜ କରାଯାଇଥିବା ଜଣାପଡିଛି |

ନୂତନ ରିପୋର୍ଟକୁ ମିଶାଇଲେ ରାଜ୍ୟରେ ଏବେ ୩,୧୪୦ଜଣ ମୋଟ ଆକ୍ରାନ୍ତ ରହିଥିବା ବେଳେ ୯୯୮ଟି ସକ୍ରିୟ ମାମଲା ରହିଛି | ଏହା ସହ ୯ଜଣ କରୋନା ଆକ୍ରାନ୍ତ  ମୃତ୍ୟୁବରଣ କରିଛନ୍ତି | ଅନ୍ୟପକ୍ଷରେ, ରାଜ୍ୟରେ ଆଜି ୧୪୬ଜଣ କରୋନା ପଜିଟିଭ୍ ଚିହ୍ନଟ ହେବ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦ରେ ପହଞ୍ଚିଥିଲା | ଏମାନଙ୍କ ଭିତରୁ ୧୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୧୨୯ଜଣ ସଙ୍ଗରୋଧ କେନ୍ଦ୍ରର ଥିଲେ।

ସମ୍ବନ୍ଧିତ ଖବର