ଆଇଆରସିଟିସି ନିୟମର ଉଲ୍ଲଂଘନ କରି ଟିକେଟ ବିକ୍ରି, ୪ ଗିରଫ

ରାଉରକେଲା: ରେଳବାଇର ବିନା ଅନୁମତିରେ ଟ୍ରାଭେଲ୍‌ ଏଜେନ୍‌ସି ଖୋଲି ରେଲୱେ ଟିକେଟ୍‌ ବିକ୍ରି କରୁଥିବା ଅଭିଯୋଗରେ ରାଉରକେଲା ଆରପିଏଫ ମଙ୍ଗଳବାର ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଉଦିତନଗରର ମହମ୍ମଦ ଆଜମ ସରିଫ୍‌ (୪୩), ଛେଣ୍ଡ ସତ୍ୟରଂଜନ ପରିକ୍ଷା (୪୦), କାଂଶବାହାଲର ସନ୍ତୋଷ ସିଂ (୨୪) ଏବଂ ଗାନ୍ଧୀରୋଡର ସୁଧୀର ବେହେରା (୪୯)।

ଆରପିଏଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରିଛି। ରେଳବାଇ ଟିକେଟ ବିକ୍ରି କରିବାକୁ ହେଲେ ବିଧିବଦ୍ଧଭାବେ ରେଳବାଇ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ। ମାତ୍ର ସହରରେ ବେଶ୍‌ କିଛି ବ୍ୟକ୍ତି ବିନା ଅନୁମତିରେ ଟ୍ରାଭେଲ୍‌ ଏଜେନ୍‌ସି ଖୋଲି ଟିକେଟ୍‌ ସଂରକ୍ଷଣ କରୁଥିଲେଯ ଆଇଆରସିଟିସି ନିୟମର ଖୋଲା ଉଲ୍ଲଂଘନକରି ନିର୍ଦ୍ଧାରିତ ଦରଠାରୁ ଅଧିକ ନେଇ ଯାତ୍ରୀଙ୍କୁ ଲୁଟୁଥିଲେ।

ଏହି ଅସାଧୁ ବ୍ୟକ୍ତିମାନେ ବିଭାଗୀୟ ଅନୁମତି ନ ଆଣି ତଥା ଯାବତୀୟ ଗାଜପତ୍ର ଜାଲ୍‌ କରି ଟିକେଟ୍‌ ବିକ୍ରି କରୁଥିଲେ। ଦୀର୍ଘ ଦିନ ହେଲା ଅଭିଯୁକ୍ତମାନେ ଏଭଳି ଅନୈତିକ ଭାବେ ବେପାର ଜାରି ରଖିଥିଲେ। ମାତ୍ର ଦେଶବ୍ୟାପୀ ଏଭଳି ଅସାଧୁ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରେଳବାଇ ନିର୍ଦ୍ଦେଶନାମା ଜାରି କରିଛି।

ସମ୍ବନ୍ଧିତ ଖବର