ଭୁବନେଶ୍ୱର ବିମାନ ବନ୍ଦରରୁ ଲକ୍ଷାଧିକ ଟଙ୍କାର ସୁନା ଜବତ, ୪ ଅଟକ

ଅଭିଯୁକ୍ତମାନଙ୍କ ଠାରୁ ବିଦେଶୀ ମୁଦ୍ରା ଜବତ

ଭୁବନେଶ୍ୱର: ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଲକ୍ଷାଧିକ ଟଙ୍କାର ସୂନା ଜବତ ହୋଇଛି। ଗୁଇନ୍ଦା ବିଭାଗକୁ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ କଷ୍ଟମ ବିଭାଗର ଅଧିକାରୀମାନେ ଅଚାନକ ଚଢ଼ାଉ କରିଥିଲେ। ଅଧିକାରୀମାନେ ଦିଲ୍ଲୀ, କୋଲକାତା ଓ କଟକ ଅଞ୍ଚଳର ୪ଜଣ ଯାତ୍ରୀଙ୍କର ଲଗେଜ୍‌କୁ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ବିଦେଶୀ ମୂଦ୍ରା ସୁନା ମିଳିଥିଲା। ଜବତ ହୋଇଥିବା ଜିନିଷର ମୂଲ୍ୟ ୨୨ ଲକ୍ଷ ୨୩ ହଜାର ୩୫ଟଙ୍କା ହେବ ବୋଲି ଅଧିକାରୀମାନେ କହିଛନ୍ତି। ଏ ନେଇ କଷ୍ଟମ ବିଭାଗ ୪ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଏଥି ସହିତ ଭାରତୀୟ ନୋଟ୍‌ ମଧ୍ୟ ଜବତ ହୋଇଛି।

ଅଧିକାରୀମାନେ କହିଛନ୍ତି, ଅଭିଯୁକ୍ତମାନେ ଇଣ୍ଡିଆନ୍‌ ଏୟାରଲାଇନ୍ସର ବିମାନ ଏଆଇ ୩୯୯ରେ ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସିଥିଲେ। କଷ୍ଟମ ବିଭାଗର ସନ୍ଦେହ ଅନୁସାରେ ଏହି ଚାଲାଣରେ କୌଣସି ର‍୍ୟାକେଟ କାମ କରୁଥାଇ ପାରେ। ସୂଚନାଯୋଗ୍ୟ ଅତୀତରେ ମଧ୍ୟ ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଚାଲାଣ ଅଭିଯୋଗରେ କଷ୍ଟମ ବିଭାଗ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର