ପୂର୍ବ ଅଭିଯୋଗର ରାଗ ସୁଝାଇବାକୁ ଯାଇ ଯୁବତୀଙ୍କୁ ଗଣଦୁଷ୍କର୍ମ କଲେ ୫ ଯୁବକ

ଜାମୁଇ: ବିହାରର ଜମୁଇ ଜିଲ୍ଲା‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପାଞ୍ଚ ଜଣ ଛାତ୍ର ମିଶି ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଛାତ୍ରୀ ଜଣକ ନିଜ କୋଚିଂ ସେଣ୍ଟର୍‌ରୁ ଫେରିବା ବେଳେ ଏପରି ଘଟଣା ଘଟିଛି। ସେମାନେ ସମସ୍ତେ ଗୋଟାଏ କୋଚିଂ ସେଣ୍ଟର୍‌ରେ ପାଠ ପଢ଼ନ୍ତି ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି।

ଜାଣିବାକୁ ମିଳିଛି ଯେ ଯୁବତୀ ଜଣକ କୋଚିଂ ସେଣ୍ଟର୍‌ରୁ ଫେରିବା ବେଳେ ଅଭିଯୁକ୍ତ ଯୁବକ ତାଙ୍କୁ ଜୋର୍‌ଜବରଦସ୍ତ ଟେକି ନେଇ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣାରେ ଏବେ ସୁଦ୍ଧା ୩ ଜଣ ଗିରଫ ହୋଇ ସାରିଛନ୍ତି।

ପୀଡ଼ିତାଙ୍କ ପରିବାର ଲୋକଙ୍କ କହିବାନୁସାରେ ଅଭିଯୁକ୍ତ ପୂର୍ବରୁ ଥରେ ପୀଡ଼ିତାଙ୍କୁ ଖରାପ ବ୍ୟବହାର ଦେଖାଇଥି‌ଲେ। ପୀଡ଼ିତାଙ୍କ ପରିବାର ଲୋକ ଅଭିଯୁକ୍ତ ନାମରେ ପୂର୍ବରୁ କୋଚିଂ ‌ସେଣ୍ଟର୍‌ର ମୁଖ୍ୟଙ୍କ ଆଗରେ ଅଭିଯୋଗ ଆଣିଥିଲେ। ପୀଡ଼ିତାଙ୍କର କୌଣସି ଅସୁବିଧା ହେବନାହିଁ ବୋଲି ଆଶ୍ବାସନା ପାଇବା ପରେ ପରିବାର ଲୋକ ତାଙ୍କୁ କୋଚିଂ ସେଣ୍ଟରକୁ ଛାଡ଼ିଥିଲେ।

ସେହି ରାଗ ସୁଝାଇବାକୁ ଯାଇ ଅଭିଯୁକ୍ତ ଏପରି କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଘଟଣା ଘଟିବା ପରେ ଯୁବତୀଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଡାକ୍ତରୀ ରିପୋର୍ଟ ଆସିବା ପରେ ଯାଇ ପୁଲିସ୍‌ ଏହି ଗଣଦୁଷ୍କର୍ମକୁ ନେଇ ସ୍ପଷ୍ଟ କରିବ।

ସମ୍ବନ୍ଧିତ ଖବର