ପୁଲିସ ଅଧିକାରୀଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହିତ ରହିବା ମହଙ୍ଗା ପଡ଼ିଲା; ସର୍ବସମକ୍ଷରେ ପତ୍ନୀଙ୍କଠୁ ମାଡ଼ ଖାଇଲେ
ଭୋପାଲ: ମଧ୍ୟପ୍ରଦେଶର ଧାରା ଜିଲ୍ଲାର ଗାନ୍ଧିଓ୍ଵାନି ଥାନା ଅଞ୍ଚଳରେ ଜଣେ ପୁଲିସ ଅଧିକାରୀ ଅନ୍ୟ ଜଣେ ମହିଳାଙ୍କ ସହିତ ପରକୀୟା ସଂପର୍କରେ ବାନ୍ଧିହେବା ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ଘଟଣା ବିଷୟରେ ଉକ୍ତ ପୁଲିସ ଅଧିକାରୀଙ୍କ ପତ୍ନୀ ଜାଣିବା ପରେ ସେ ହଙ୍ଗାମା ଆରମ୍ଭ କରି ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଗାନ୍ଧିଓ୍ଵାନି ଥାନା ଇନ୍ଚାର୍ଜ ନରେନ୍ଦ୍ର ସୂର୍ଯ୍ୟବଂଶୀ ଜଣେ ଯୁବତୀଙ୍କ ସହିତ ଗୋଟିଏ ଘରେ ଏକାଠି ରହୁଥିଲେ। ସ୍ୱାମୀ ସୂର୍ଯ୍ୟବଂଶୀ ଅନ୍ୟ ଜଣେ ମହିଳାଙ୍କ ସହିତ ରହୁଥିବା ଜାଣି ତାଙ୍କ ପତ୍ନୀ ତୁରନ୍ତ ଘଟଣାସ୍ଥଳକୁ ଆସି ଘର କାବଟ ଖୋଲିବାକୁ କହିଥିଲେ। କିନ୍ତୁ ନରେନ୍ଦ୍ର ସୂର୍ଯ୍ୟବଂଶୀ କବାଟ ଖୋଲି ନ ଥିଲେ। ମହିଳାଙ୍କ ପାଟି ଶୁଣି ଅନ୍ୟମାନେ ଘଟଣାସ୍ଥଳରେ ଆସି ରୁଣ୍ଡ ହୋଇଯାଇଥିଲେ। ଏବଂ ସୂର୍ଯ୍ୟବଂଶୀଙ୍କୁ କବାଟ ଖୋଲିବାକୁ କହିଥିଲେ। ଯେମିତି ହିଁ ସ୍ୱାମୀ କାବଟ ଖୋଲିଥିଲେ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହେବା ସହିତ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ବୁଝାସୁଝା କରିଥିଲା। ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି।
#WATCH Madhya Pradesh: Gandhwani Police Station Incharge Narendra Suryavanshi assaulted his wife in Dhar allegedly after she opposed his illicit relationship with another woman. SDOP Manawar says, “Narendra has been sent to district lines. Investigation is underway.” (11.02.2020) pic.twitter.com/11rK9DtoVd
— ANI (@ANI) February 12, 2020
ପ୍ରକାଶିତ ଖବର ମୁତାବକ, ନରେନ୍ଦ୍ର ସୂର୍ଯ୍ୟବଂଶୀ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରି ରହିଥିବା ନେଇ କେହି ଜଣେ ତାଙ୍କ ପତ୍ନୀଙ୍କୁ ଖବର ଦେଇଥିଲେ। ଏହାପରେ ସୂର୍ଯ୍ୟବଂଶୀଙ୍କ ପତ୍ନୀ ତାଙ୍କର ଝିଅକୁ ଧରି ଗାନ୍ଧିଓ୍ଵାନିରେ ରହୁଥିବା ସ୍ୱାମୀଙ୍କ ଘରେ ପହଞ୍ଚି ଯାଇଥିଲେ ଏବଂ କାବଟ ଖୋଲିବାକୁ କହିଥିଲେ। କିନ୍ତୁ ସୂର୍ଯ୍ୟବଂଶୀ ତାଙ୍କ ପତ୍ନୀଙ୍କର କୌଣସି କଥା ଶୁଣି ନଥିଲେ। ଶେଷରେ ସମସ୍ତଙ୍କ ପାଟି ଶୁଣି ସୂର୍ଯ୍ୟବଂଶୀ ଯେମିତି କବାଟ ଖୋଲିଥିଲେ ଉତ୍ତ୍ୟକ୍ତ ପତ୍ନୀ ସ୍ୱାମୀକୁ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ। କେବଳ ଏତିକି ନୁହେଁ, ସୂର୍ଯ୍ୟବଂଶୀଙ୍କ ସହିତ ଥିବା ଅନ୍ୟ ମହିଳାଙ୍କୁ ମଧ୍ୟ ସେ ଗାଳିଗୁଲଜ କରିଥିବା ଜଣାପଡ଼ିଛି।