ବ୍ରେକ୍-ଅପ୍ ପାଇଁ ରାଜି ନହେବାରୁ ଘରକୁ ଡାକି ଜୁସ୍ରେ କୀଟନାଶକ ମିଶାଇ ପିଆଇ ଦେଲେ ପ୍ରେମିକା
ତିରୁଅନନ୍ତପୁରମ୍: କେରଳର ୨୩ ବର୍ଷୀୟ ଜଣେ ରେଡିଓଲୋଜି ଛାତ୍ରଙ୍କ ମୃତ୍ୟୁ ସଭିଙ୍କୁ ଚକିତ କରିଛି। ଛାତ୍ରଙ୍କ ନାମ ସେରନ ରାଜ। ପୁଲିସ୍ ପ୍ରାଥମିକ ତଦନ୍ତ କରି ଜାଣିବାକୁ ପାଇଛି ଯେ ସେରନ୍ ରାଜଙ୍କ ହତ୍ୟା ତାଙ୍କ ପ୍ରେମିକା ଦ୍ବାରା ହୋଇଛି। ପ୍ରେମିକା ଜଣକ ଅକ୍ଟୋବର ୧୪ ତାରି୍ରେ ଦେଖା କରିବା ବାହାନାରେ ସେରନଙ୍କୁ ଘରକୁ ଡାକି ଜୁସ୍ରେ କୀଟନାଶକ ମିଶାଇ ତାଙ୍କର ହତ୍ୟା କରିଥିବା ଅଭିଯୋଗ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେରନ୍ ପ୍ରେମିକା ଘରେ କିଛି ସମୟ କଟାଇବା ପରେ ନିଜ ଘରକୁ ଫେରିଥିଲେ। ନିଜ ଘରେ ପହଞ୍ଚିବା ପରେ ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ିବା ଆରମ୍ଭ ହୋଇଥିଲା। ତାଙ୍କ ସ୍ବାସ୍ଥ୍ୟ ଖରାପ ହେବାକୁ ତାଙ୍କର ନିଜ ପ୍ରେମିକା ଉପରେ ସନ୍ଦେହ ଆସିଲା। ସେ ତାପରେ ନିଜ ଭାଇକୁ କହିଲେ କି ତାଙ୍କ ପ୍ରେମିକା ଗରିସ୍ମାଙ୍କ ଘରକୁ ଯାଇଥିଲେ ବୋଲି।
ସେଥିପାଇଁ ସେରନଙ୍କ ଭାଇ ଗରିସ୍ମାଙ୍କୁ ଫୋନ୍ କରି ବୁଝିଲେ କି ତମେ ମୋ ଭାଇକୁ କିଛି ଖାଇବାକୁ କି ପିଇବାକୁ ଦେଇଛ କି? ମାତ୍ର ସେ ସିଧା ମନା କରି ଦେଇଥିଲେ। ତାପରେ ପରିବାର ଲୋକ ସେରନଙ୍କୁ ନେଇ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ଭର୍ତ୍ତି କରିବାର ଠିକ୍ ୧୧ ଦିନ ପରେ ଅକ୍ଟୋବର ୨୫ ତାରିଖକୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମେଡିକାଲ୍ ରିପୋର୍ଟରୁ ସ୍ପଷ୍ଟ ଭାବେ ଜଣାପଡ଼ିଛି ଯେ କୀଟନାଶକ ପ୍ରଭାବରେ ସେରନ୍ଙ୍କ ମୃତ୍ୟୁ ଘଟିଛି।
ପ୍ରଥମେ ଗରିସ୍କା କିଛି ମାନିବାକୁ ପ୍ରସ୍ତୁତ ନଥିଲେ। ମାତ୍ର ବାରମ୍ବାର ପୁଲିସ୍ ଚାପରେ ଆସି ଶେଷରେ ସେ ନିଜ ଭୁଲ୍ ସ୍ବାକାର କରିଛନ୍ତି। ତାଙ୍କ କହିବା କଥା ସେ ଅନେକ ଦିନ ହେବ ସେମାନଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କ ଛିନ୍ନ କରିବାକୁ ଚାହୁଁଥିଲେ। ମାତ୍ର ସେରନ୍ ନମାନିବାରୁ ତାଙ୍କୁ ଏପରି କରିବାକୁ ପଡ଼ିଛି।