ପୁୁଅର କର୍କଟ ନିରାକରଣ ପାଇଁ ଭଣ୍ଡବାବାର ଶରଣ ପଶିଲେ ମହିଳା; ପୂଜାବିଧି ଦ୍ୱାହିରେ ମହିଳାଙ୍କର ସର୍ବସ୍ୱ ଲୁଟ୍‌ ହୋଇଗଲା

ମୁମ୍ବାଇ: ମୁମ୍ବାଇରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଆତ୍ମଘୋଷିତ ଈଶ୍ୱର ପୁଅର ରୋକ ଭଲ କରାଇବା ନାମରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ମହିଳାଙ୍କ କର୍କଟ ପୀଡ଼ିତ ପୁଅକୁ ତନ୍ତ୍ର ବଳରେ ଭଲ କରି ଦେବାର ପ୍ରଲୋଭନ ଦେଖାଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇଥିବା ଜାଣିବାକୁ ମିଳିଛି। ମାତ୍ର ୨୦୧୮ ମସିହାରେ ଉକ୍ତ କର୍କଟ ପୀଡ଼ିତ ବାଳକର ମୃତ୍ୟୁ ଘଟିଯାଇଛି।

ଉଲ୍ଲେଖଯୋଗ୍ୟ, ମହିଳାଙ୍କ ୧୦ ବର୍ଷର ପୁଅ ୨୦୧୭ ମସିହାରେ କର୍କଟ ରୋଗରେ ଆକ୍ରାନ୍ତ ବୋଲି ଜାଣିବାକୁ ମିଳିଥିଲା। ଉଚ୍ଚ ଶିକ୍ଷତ ସ୍ୱାମୀ-ସ୍ତ୍ରୀ ଦୁହେଁ ନିଜ ପୁଅକୁ ଡାକ୍ତରୀ ଚିକିତ୍ସା କରାଉଥିଲେ ବି ଚିକିତ୍ସାରେ ସେମାନେ ସନ୍ତୁଷ୍ଟ ନଥିଲେ। ଫଳରେ ସେ ଦୁହେଁ ଯାଇ ଉକ୍ତ ବାବାଙ୍କ ଶରଣ ପଶିଥିଲେ। ଦିନେ ବାବା ମହିଳାଙ୍କ ଘରେ ଏକ ଯଜ୍ଞ ଆୟୋଜନ କରିଥିଲା। ଯଜ୍ଞ ଶେଷରେ ସେ ଉଭୟ ମାଆପୁଅଙ୍କୁ ଯଜ୍ଞ ପାଉଁଶ ଖାଇବାକୁ ଦେଇଥିଲା। ତା’ପରେ ମାଆପୁଅ ଅଚେତ ହୋଇପଡ଼ିବାରୁ ବାବା ଜଣକ ଘରୁ ୬୦ ହଜାର ଟଙ୍କାର ଅଳଙ୍କାର ନେଇ ପଳାଇ ଯାଇଥିଲା।

କିଛି ଦିନ ପରେ ବାବା ମହିଳାଙ୍କୁ ଫୋନ କରି ତାଙ୍କ ପୁଅର ଜୀବନ ପ୍ରତି ବିପଦ ଅଛି ବୋଲି କହିଥିଲା। ମହିଳା ଜଣଙ୍କୁ ଆଡୁ ସାଡୁ କହି ସେ ଅନ୍ଧେରୀର ଏକ ଫ୍ଲାଟ୍‌କୁ ଡାକିଥିଲା। ସେଠାରେ ବାବା ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ମହିଳା ଜଣକ ପୁଲିସ୍‌ରେ ଅଭିଯୋଗ ଆଣିଛନ୍ତି। ବିଧିିର ଦ୍ୱାହୀ ଦେଇ ବାବା ମହିଳାଙ୍କ ସହ ଅଶାଳୀନ କାର୍ଯ୍ୟ କରିଥିଲା। ସେ ସମୟକୁ ବାବା ଭିଡିଓ ରେକର୍ଡ କରିବା ସହ କିଛି ଫଟୋ ବି କ୍ଲିକ୍‌ କରିଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ତାକୁ ଆଧାର କରି ମହିଳାଙ୍କୁ ବ୍ଲାକମେଲିଂ କରିଥିଲା। ମହିଳା ଭୟରେ ତାକୁ ୩ ଲକ୍ଷ ଟଙ୍କା ବି ଦେଇଥିଲେ। ପରେ ଅତିଶୟ ହେବାରୁ ମହିଳା ଅଭିଯୋଗ କରିବା ପରେ ପୁଲିସ୍‌ ଏବେ ଘଟଣାର ତଦନ୍ତ ଆରମ୍ଭ କରି ବାବାକୁ ଧରିବାରୁ ଏକ ଟିମ୍‌ ଗଠନ କରିଛି।

ସମ୍ବନ୍ଧିତ ଖବର