ସ୍ତ୍ରୀଙ୍କ ମୁଣ୍ଡରେ ସ୍କୃଡାଇଭର୍‌ ଭୁସିବା ଘଟଣା, ୨ ବର୍ଷ ପରେ ସ୍ବାମୀ ଗିରଫ

ପୁରୁଣା ଭୁବନେଶ୍ୱର: ସ୍ତ୍ରୀଙ୍କ ମୁଣ୍ଡରେ ସ୍କୃଡାଇଭର୍‌ ଭୁସି ଫେରାର ଥିବା ସ୍ବାମୀକୁ ବଡ଼ଗଡ଼ ଥାନା ପୁଲିସ ଆଜି ଗିରଫ କରିଛି। ସେ ବଡଗଡ଼ ଉପରସାହିର ରମାକାନ୍ତ ପ୍ରଧାନ(୫୨)। ପୁଲିସ ସୂଚନା ଅନୁଯାୟୀ ରାମାକାନ୍ତଙ୍କ ସ୍ତ୍ରୀ ରୀନା ପ୍ରଧାନଙ୍କୁ ବହୁବାର ଅତ୍ୟାଚାର କରୁଥିଲା। ପାରିବାରିକ କଳହକୁ ନେଇ ରମାକାନ୍ତ ରାଗି ଯାଇ ସ୍ତ୍ରୀଙ୍କ ମୁଣ୍ଡକୁ ସ୍କୃଡାଇଭର୍‌ରେ ଭୁସି ଦେଇଥିଲା। ଅଭିଯୋଗ ପରେ ବଡଗଡ଼ ଥାନା ପୁଲିସ ସେତେବେଳେ କେସ୍‌ ନମ୍ବର ୧୩୯/୧୭ରେ ଏକ ମାମଲା ରୁଜୁ କରିଥିଲା। ଦୁଇ ବର୍ଷ ହେଲା ରମାକାନ୍ତ ଫେରାର ଥିଲା। ଆଜି ଗାଁକୁ ଆସିଥିବା ଖବର ପାଇ ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର