ପତ୍ନୀକୁ ମାଡ଼ମାରି ସ୍ବାମୀ ଗିରଫ

ଭୁବନେଶ୍ବର: ପତ୍ନୀକୁ ମାଡ଼ମାରିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ସ୍ବାମୀକୁ ଗିରଫ କରିଛି। ସେ ହେଲା ଚକେଇସିଆଣୀ ସମେଇଗାଡ଼ିଆ ଅଞ୍ଚଳର ମାସନ ନାୟକ(୨୮)। ପୁଲିସ ସୂଚନା ମୁତାବକ, ଦୀର୍ଘଦିନ ହେବ ମାନସ ପତ୍ନୀ ମଞ୍ଜୁଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲା। ଗୁରୁବାର ରାତିରେ ମାନସର ନିଶାସକ୍ତ ଅବସ୍ଥାରେ ଆସି ଗାଳିଗୁଲଜ କରିଥିଲା। ଆଉ ‌ପତ୍ନୀ କିଛି ବୁଝିବା ପୂର୍ବରୁ ମାନସ ତାଙ୍କୁ ନିସ୍ତୁକ ମାଡ଼ମାରିଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଏନେଇ ସେ ଥାନରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର