ସ୍ତ୍ରୀଙ୍କୁ ମାଡ଼ମାରି ସ୍ବାମୀ ଗିରଫ

ଭୁବନେଶ୍ବର: ସ୍ତ୍ରୀଙ୍କୁ ମାଡ଼ମାରିବା ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ସ୍ବାମୀକୁ ଗିରଫ କରିଛି। ସେ‌ ହେଲା କେଦାରପଲ୍ଲୀ ବସ୍ତିର ସିଲୁ ନାୟକ(୩୭)। ଦୀର୍ଘ ଦିନ ହେବ ସିଲୁ ଯୌତୁକ ନେଇ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲା। ତେବେ ଶୁକ୍ରବାର ସନ୍ଧ୍ୟାରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସିଲୁ ରାଗିଯାଇ ସ୍ତ୍ରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ଏଥିରେ ତାଙ୍କ ମୁଣ୍ଡ ଓ ନାକ ଫାଟିଯାଇଥିଲା। ଏନେଇ ସିଲୁଙ୍କ ଶଳା ଶିବ ଦାସ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ସିଲୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର