ଦୁଇ ଝିଅଙ୍କୁ ହତ୍ୟା କରି ସ୍ୱାମୀ ପ୍ରେମିକ ସହିତ ଫେରାର ହୋଇଥିବା ପତ୍ନୀଙ୍କୁ ହ୍ଵାଟସ୍‌ ଆପ୍‌ରେ ପଠାଇଲା ଫଟୋ

ନାଗପୁର: ମହାରାଷ୍ଟ୍ରରେ ଚନ୍ଦ୍ରପୁରରେ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ପତ୍ନୀ ପ୍ରେମିକ ସହିତ ଫେରାର ହେବା ପରେ ବିଚଳିତ ହୋଇପଡ଼ିଥିବା ସ୍ୱାମୀ ଦୁଇ ନୀରିହ ଶିଶୁଙ୍କୁ ହତ୍ୟା କରି ସେହି ଫଟୋକୁ ହ୍ଵାଟସ୍‌ ଆପ୍‌ରେ ପତ୍ନୀ ପାଖକୁ ପଠାଇବା ପରେ ନିଜ ଆତ୍ମହତ୍ୟା କରିଛନ୍ତି।

ଏମିତି ଏକ ଘଟଣା ଚନ୍ଦ୍ରପୁର ଜିଲ୍ଲା ବଲ୍ଲାରପୁରରେ ଘଟିଛି। ପୁଲିସ ଏହି ଘଟଣା ବିଷୟରେ ତଦନ୍ତ ଆରମ୍ଭ କରିଛି। ମୃତ ଶିକ୍ଷକଙ୍କ ନାମ ତୃଷିକାନ୍ତ କଦୁପଲ୍ଲି ବୋଲି ଜଣାପଡ଼ିଛି। ତୃଷିକାନ୍ତ ନିଜ ପରିବାର ସହିତ ବଲ୍ଲାରପୁରରେ ବସବାସ କରେ। ଏଠାରେ ତାଙ୍କ ପତ୍ନୀ ଓ ଦୁଇ ଝିଅ ରହୁଥିଲେ। ଏହି ସମୟରେ ଶିକ୍ଷକଙ୍କ ପତ୍ନୀ ଜଣେ ଟ୍ରକ୍‌ ଚାଳକ ପ୍ରେମରେ ପଡ଼ି ଯାଇଥିଲେ। ଆଠଦିନ ହେବ ସେ ଏହି ଟ୍ରକ୍‌ ଚାଳକଙ୍କ ସହିତ ଫେରାର ହୋଇଯାଇଥିଲା। ତୃଷିକାନ୍ତଙ୍କୁ ଏନେଇ ଶକ୍ତ ଧକ୍କା ମଧ୍ୟ ଲାଗିଥିଲା। ସେ ପ୍ରଥମେ ତାଙ୍କ ଦୁଇଝିଅକୁ ଫାଶୀ ଦେଇ ହତ୍ୟା କରିବା ପରେ ଏହାର ଫଟୋ ପତ୍ନୀଙ୍କୁ ହ୍ଵାଟସ୍‌ ଆପ୍‌ରେ ପଠାଇବା ପରେ ନିଜେ ଆତ୍ମହତ୍ୟା କରି ଦେଇଥିଲେ।

ସମ୍ବନ୍ଧିତ ଖବର