ପୁଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା କଏଦୀକୁ ଚୁମ୍ବନ ଦେଉଥିବା ଜଜଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଜଣେ ପୁଲିସ କର୍ମଚାରୀଙ୍କୁ ହତ୍ୟା କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀକୁ ଜଣେ ଜଜ ଚୁମ୍ବନ ଦେଉଥିବା ଭିଡିଓ ସାମ୍ନାକୁ ଆସିଛି। ଏହି ଘଟଣା ପରେ ଆର୍ଜେଣ୍ଟିନାର ବିଚାରପତି ବିବାଦ ଘେରାକୁ ଆସିଛନ୍ତି।

ଦକ୍ଷିଣ ଚୁବୁତର ଜଜ୍ ମାରିଏଲ୍ ସୁଆରେଜ ୨୦୨୧ମସିହା ଡିସେମ୍ବର ୨୯ ତାରିଖରେ କ୍ରିଷ୍ଟିଆନ୍ ମାଇ ବଷ୍ଟୋସ୍ ନାମକ ଜଣେ କଏଦୀକୁ ଚୁମ୍ବନ ଦେଉଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି କଏଦୀ ଜଣକ ସିଏ ଯାହାକୁ ଏକ ସପ୍ତାହ ପୂର୍ବରୁ ମାରିଏଲ ଆଜୀବନ କାରାଦଣ୍ଡରୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସୋସିଆଲ ମିଡିଆରେ ଜଜ ଓ କଏଦୀର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ହେଉଛି।

 

ମାରିଏଲ ବିଚାରପତିମାନଙ୍କ ପ୍ୟାନେଲର ଅଂଶ ଥିଲେ। ଯିଏକି ୨୦୦୯ ମସିହାରେ ଅଧିକାରୀ ଲିଆଣ୍ଡ୍ରୋ ‘ଟିଟୋ’ ରୋବର୍ଟଙ୍କ ହତ୍ୟା ପାଇଁ ବଷ୍ଟୋସକୁ ଆଜୀବନ କାରାଦଣ୍ଡ ଦିଆଯିବା ଉଚିତ କି ନୁହେଁ ତାହା ସ୍ଥିର କରିଥିଲେ। ସେ ପ୍ୟାନେଲରେ ଥିବା ଏକମାତ୍ର ବିଚାରପତି ଯିଏକି ବଷ୍ଟୋସ ଅତ୍ୟନ୍ତ ବିପଜ୍ଜନକ କଏଦୀ ବୋଲି ଜାଣିବା ସତ୍ତ୍ୱେ ବି ତାର ପାଇଁ ଆଜୀବନ କାରାଦଣ୍ଡ ବିରୋଧରେ ଭୋଟ୍ ଦେଇଥିଲେ।

ବିଚାରପତି ଏବଂ କଏଦୀର ଏହି ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ମାରିଏଲ କହିଛନ୍ତି, ମୁଁ କଏଦୀକୁ ପ୍ରଥମ ଥର ଦେଖାକରି ତାର ଦଣ୍ଡ ବିଷୟରେ ଆଲୋଚନା କରିଥିଲି। କଏଦୀ ସହ ମୋର କୌଣସି ବ୍ୟକ୍ତିଗତ ସମ୍ପର୍କ ନାହିଁ । ଏଥିସହ  କଏଦୀ ବିଷୟରେ ଏକ ପୁସ୍ତକ ଲେଖୁଥିବାରୁ ତାକୁ ଦେଖା କରିବାକୁ ଯାଇଥିଲି ବୋଲି  ସେ କହିଛନ୍ତି।

ସମ୍ବନ୍ଧିତ ଖବର