ବିଷ ଖାଇ ଆଇନ ଛାତ୍ରଙ୍କ ଆତ୍ମହତ୍ୟା

ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ସରକଣା ଶାସନ ଗ୍ରାମର ଜଣେ ଆଇନ ଛାତ୍ର ବିଷଖାଇ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ର ଜଣକ ହେଲେ ଉକ୍ତ ଗ୍ରାମର ପ୍ରଭାତ ରଥଙ୍କ ଏକମାତ୍ର ପୁଅ ପ୍ରତୀକ ରଥ (୨୩ )। ଆଜି ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରତୀକଙ୍କର ମୃତ୍ୟୁ ହୋଇଯାଇଛି। ବାଳକାଟି ଫାଣ୍ଡି ପୁଲିସ ଶବ ବ୍ୟବଚ୍ଛେଦ କରାଇ ଅପରାହ୍ଣରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏସଂକ୍ରାନ୍ତରେ ବାଲିଅନ୍ତା ଥାନାରେ କେସତ ନଂ ୮/ ୧୦ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ସୂଚନାନୁଯାୟୀ ପ୍ରତୀକ କ୍ୟାପିଟାଲ ଲ’ କଲେଜର ଦ୍ୱିତୀୟ ବର୍ଷର ଛାତ୍ର। ଗତକାଲି ପାରିବାରିକ କଳହକୁ କେନ୍ଦ୍ର କରି ସେ କୀଟନାଶକ ଖାଇ ଦେବାରୁ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଚିକିତ୍ସା ଲାଗି ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଆଜି ଭୋର ସମୟରେ ସେଠାରେ ତାଙ୍କର ମୃତ୍ୟୁ ହୋଇଯିବାରୁ ଏ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଖବର ପାଇ ଲ’ କଲେଜର ବହୁ ଛାତ୍ରଛାତ୍ରୀ ଡାକ୍ତରଖାନରେ ପହଞ୍ଚିବା ସହ ଶ୍ମଶାନରେ ତାଙ୍କର ଶେଷ ଦର୍ଶନ କରିଥିଲେ । ଏନେଇ କଲେଜରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର