ବିବାହର ଦ୍ୱିତୀୟ ରାତିରେ ଶାଶୁଘର ଲୋକଙ୍କୁ ନିଜ ହାତରେ ରୋଷେଇ କରି ବୋହୂ ଖୁଆଇବା ପରେ ଘଟିଲା ଏମିତି ଘଟଣା…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁରାଦାବାଦ ସିଭିଲ୍ ଲାଇନ୍ ଥାନା ଅଞ୍ଚଳରେ ଜଣେ ଲୁଟେରା ବୋହୂ ବିବାହର ଦ୍ୱିତୀୟ ଦିନରେ ଶାଶୁଘରୁ ସମସ୍ତ ଅଳଙ୍କାର ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିବାହର ଦ୍ୱିତୀୟ ଦିନରେ ବୋହୂ ଶାଶୁଘର ଲୋକଙ୍କୁ ନିଜ ହାତରେ ରୋଷେଇ କରି ସେଥିରେ ନିଶା ମିଶାଇ ସମସ୍ତଙ୍କୁ ଖାଇବାକୁ ଦେଇଥିଲା। ଖାଦ୍ୟ ଖାଇବା ପରେ ସମସ୍ତେ ଅଚେତ ହୋଇପଡ଼ିଥିଲେ। ଏହାପରେ ଲୁଟେରା ବୋହୂ ଘରେ ଥିବା ସମସ୍ତ ଅଳଙ୍କାର ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲା। କେବଳ ଏତିକି ନୁହେଁ, ବିବାହ ପୂର୍ବରୁ କନ୍ୟାଘର ଲୋକ ନିଜକୁ ଗରିବ କହି ୩୦ହଜାର ଟଙ୍କା ନେଇଥିଲେ। ବିଶେଷ ସୂତ୍ରରୁ ପୁଲିସକୁ ସୂଚନା ମିଳିବା ପରେ ପୁଲିସ ବର ସହିତ ପରିବାରର ୫ ଜଣଙ୍କୁ ଘରୁ ଅଚେତ ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲା।
ସୂଚନାଯୋଗ୍ୟ, ସିଭିଲ୍ ଲାଇନ୍ ଝାନ୍ଝାନ୍ପୁରରେ ବସବାସ କରୁଥିବା ସଞ୍ଜୟ ହୋଟେଲରେ କାମ କରନ୍ତି। ଦୁଇ ଅଗଷ୍ଟରେ ତାଙ୍କର ବରେଲିରେ ରହୁଥିବା ପୂଜା ସହିତ ବିବାହ ହୋଇଥିଲା। ନବବଧୂ ଘରକୁ ଆସିବା ପରେ ସମସ୍ତେ ହସଖୁସିରେ ମସଗୁଲ ଥିଲେ। ଶନିବାର ରାତିରେ ନୂଆବୋହୂ ପୂଜା ରୋଷେଇ କରି ସମସ୍ତଙ୍କୁ ଖାଇବାକୁ ଦେଇଥିଲା। କିନ୍ତୁ ଏହି ଖାଦ୍ୟକୁ ନିଜେ ଖାଇବାକୁ ମନା କରି ଦେଇଥିଲା। ରାତିରେ ସମସ୍ତେ ଶୋଇବାକୁ ଯାଇଥିଲେ, ତେବେ ପୂଜା ଖାଦ୍ୟରେ ନିଶାଦ୍ରବ୍ୟ ମିଶାଇ ଥିବାରୁ ସମସ୍ତେ ଅଚେତ ହୋଇପଡ଼ିଥିଲେ। ଏହାପରେ ପୂଜା ସମସ୍ତ ଅଳଙ୍କାର ଶାଶୁଘରୁ ଲୁଟି ଫେରାର ହୋଇଯାଇଥିଲା।