ଜେଲ୍‌ରେ ୮ବର୍ଷ ରହିବା ପରେ ସ୍ତ୍ରୀକୁ ହତ୍ୟା କରି କେଉଁଠି ପୋଡ଼ିଥିଲା ତାହା ପୁଲିସକୁ ଜଣାଇଲା ସ୍ୱାମୀ,କହିବା ପୂର୍ବରୁ ରଖିଲା ଏହି ସର୍ତ୍ତ

ନୂଆଦିଲ୍ଲୀ : ୨୦୧୦ରେ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀକୁ ପୁଲିସ ଗିରଫ କରିଥିଲା । କିନ୍ତୁ ସ୍ତ୍ରୀକୁ ମାରି ସେ କେଉଁଠି ପୋଡ଼ିଥିଲେ ବୋଲି ପଚରାଯିବା ପରେ ପୁଲିସକୁ କୌଣସି ସୂଚନା ଦେଇ ନଥିଲା ଅଭିଯୁକ୍ତ ସ୍ୱାମୀ । ପୁଲିସ ନିଜ ତରଫରୁ ତଦନ୍ତ କରି ମଧ୍ୟ ନିରାଶ ହୋଇଥିଲା । ଘଟଣାକୁ ୮ବର୍ଷ ବିତିବା ପରେ ଜେଲ୍‌ରେ ଥିବା ଅଭିଯୁକ୍ତ ସ୍ୱାମୀ ଅକ୍ଟୋବର ୨୨ରେ ସୂଚନା ଦେବା ପାଇଁ ରାଜି ହୋଇଥିଲା । କିନ୍ତୁ ସ୍ତ୍ରୀକୁ କେଉଁଠି ପୋଡ଼ିଥିଲା ତାହା ଜଣାଇବା ପୂର୍ବରୁ ସେ ପୁଲିସ ଆଗରେ ଏକ ସର୍ତ୍ତ ରଖିଥିଲା । ଯାହାକୁ ପୂରା କରାଯିବା ପରେ ହିଁ ଅଭିଯୁକ୍ତ ପୁଲିସକୁ ସୂଚନା ଦେଇଥିଲା ବୋଲି ଜଣାପଡ଼ିଛି ।

Detroit Metro Times

ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ପୁଲିସକୁ ଘଟଣା ବିଷୟରେ ସବୁ ଜଣାଇବା ପାଇଁ ଏକ୍ସବକ୍ସ ଗେମ୍‌ ଦେବା ପାଇଁ ସର୍ତ୍ତ ରଖିଥିଲା । ଏକ୍ସବକ୍ସ ଗେମ୍‌ ସହ ଆହୁରି ଅନେକ ସର୍ତ୍ତ ରଖିଥିଲେ ମଧ୍ୟ ତାହାକୁ ପୂରା କରାଯାଇ ନଥିଲା । କିନ୍ତୁ ୮ବର୍ଷ ଧରି ଚାଲି ଆସୁଥିବା ଏହି ମାମଲାର ସମାଧାନ କରିବା ପାଇଁ ପୁଲିସକୁ ବାଧ୍ୟ ହୋଇ ଅଭିଯୁକ୍ତ ଡ଼ୌଗ୍‌ ଷ୍ଟିଓ୍ଵର୍ଟଙ୍କୁ ଏକ୍ସବକ୍ସ ଦେବାକୁ ପଡ଼ିଥିଲା । ଯାହା ପରେ ସେ ନିଜ ସ୍ତ୍ରୀ ଭେନସ୍‌ ଷ୍ଟିଓ୍ଵର୍ଟଙ୍କୁ ହତ୍ୟା କରି ତାଙ୍କ ବାପ ଘର ପଛପଟେ ହିଁ ପୋଡ଼ି ଦେଇଥିଲେ ବୋଲି ଜଣାଇଥିଲେ । ପୁଲିସ ସେଠାକୁ ଯାଇ ତଦନ୍ତ କରିବା ପରେ ତାହା ସତ ବୋଲି ଜଣା ପଡ଼ିଥିଲା ।

ସମ୍ବନ୍ଧିତ ଖବର