ବସ୍‌ ମଧ୍ୟରେ ଆପତ୍ତିଜନକ କାର୍ଯ୍ୟ କରୁଥିବା ବ୍ୟକ୍ତିର ଭିଡିଓ ସୁଟ୍‌ କରି ଫେସ୍‌ବୁକ୍‌ରେ ପୋଷ୍ଟ କଲେ ଯୁବତୀ

କୋଲକାତା: କୋଲ୍‌କାତାର ଏକ ବସ୍‌ରେ ଜଣେ ବ୍ୟକ୍ତି ଆପତ୍ତିଜନକ କାର୍ଯ୍ୟ କରୁଥିବା ଅଭିଯୋଗରେ ପୁଲିସ୍‌ ଶନିବାର ଉକ୍ତ ଅଭିଯୁକ୍ତକୁ ଗିରଫ କରିଛି। ବସ୍‌ରେ ବ୍ୟକ୍ତି ଜଣକ ଏପରି କରୁଥିବା ବେଳର ୨ ଜଣ ମହିଳା ଭିଡିଓ ରେକର୍ଡ କରି ଫେସ୍‌ବୁକ୍‌ରେ ପୋଷ୍ଟ୍‍ କରିବା ପରେ ଏହି ଘଟଣା ଚାରି ଆଡ଼େ ଖେଳି ଯାଇଥିଲା। ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଧରିଥିବା ଜାଣିବାକୁ ମିଳିଛି।

ଜଣେ ହକର୍‌ ଭାବେ କାର୍ଯ୍ୟ କରୁଥିବା ଏହି ବ୍ୟକ୍ତି ଜଣକ ସହରର ଶ୍ୟାମପୁକୁର ପୁଲିସ୍‌ ଥାନା ଅଧୀନସ୍ଥ ଅଞ୍ଚଳରୁ ଗିରଫ ହୋଇଛି। କୋଲକାତା ପୁଲିସ୍‌ ଏ ସଂପର୍କରେ ଫେସ୍‌ବୁକ୍‌ ପେଜ୍‌ରେ ସୂଚନା ପ୍ରଦାନ କରିଛି।

ଜାଣିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ହୁଗ୍‌ଲି ଜିଲ୍ଲାର ବୈଦବାଟୀ ଅଞ୍ଚଳର ନିବାସୀ। ଯୁବତୀ ଦ୍ୱୟ ଏହି ଭିଡିଓ ପୋଷ୍ଟ୍‍ କରିବାର ମାତ୍ର କେତେ ଘଣ୍ଟା ମଧ୍ୟ ଉକ୍ତ ବ୍ୟକ୍ତି ଜଣକୁ ଗିରଫ କରାଯାଇଛି ବୋଲି ସୂଚନା ରହିଛି।

ଅପ୍‌ଲୋଡ୍‌ ହୋଇଥିବା ୨ଟି ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ବସ୍‌ରେ ବସି ଆପତ୍ତିଜନକ କାର୍ଯ୍ୟରେ ବ୍ୟସ୍ତ ଅଛି। ଯୁବତୀ ଜଣକ ନିଜ ଫେସ୍‌ବୁକ୍‌ରେ ଏହାକୁ ପୋଷ୍ଟ୍‍ କରିବା ସହ ଏକ ପୁରୁଣା ଘଟଣା ସଂପର୍କରେ ମଧ୍ୟ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି କି କିଛ ଦିନ ତଳେ ସମାନ ବ୍ୟକ୍ତି ଜଣକ ତାଙ୍କୁ ଏବଂ ତାଙ୍କର ଜଣେ ମହିଳା ବନ୍ଧୁଙ୍କୁ ପୋଷାକ ଖୋଲି ନିଜ ଶରୀରର ଆପତ୍ତିଜନକ ଅଙ୍ଗ ପ୍ରଦର୍ଶନ କରିଥିଲେ। ସେ ଏକଥା କଣ୍ଡକ୍ଟରଙ୍କୁ କହିଥିଲେ ବି କଣ୍ଡକ୍ଟଟର ତାହାକୁ ଦୃଷ୍ଟି ଦେଇ ନଥିଲେ। ସେତେବେଳେ ଆମ ପାଖରେ ପ୍ରମାଣ ନଥିବାରୁ ଆମେ ଚୁପ୍‌ ରହିଥିଲୁ। ଆମେ ଆଜି ଯେତେବେଳେ ପ୍ରମାଣ ପାଇସାରିଛୁ ତାହାକୁ ସୋସିଆଲ ମିଡିଆରେ ଦେବାକୁ ଉଚିତ ମଣିଲୁ ବୋଲି ଯୁବତୀ ଜଣକ ନେିଜ ଫେସ୍‌ବୁକ୍‌ ପୋଷ୍ଟ୍‍ରେ ଲେଖିଛନ୍ତି।

ସମ୍ବନ୍ଧିତ ଖବର