ଶାରୀରିକ ସଂପର୍କ ପାଇଁ ମନା କରିବାରୁ ମଡେଲଙ୍କୁ ହତ୍ୟା କଲା ଫଟୋଗ୍ରାଫର

ମୁମ୍ବାଇ: ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ୧୯ ବର୍ଷିଅ ଫଟୋଗ୍ରାଫର୍‌ ସାୟଦ ମୁଜାମିଲ୍‌ଙ୍କୁ ଶାରୀରିକ ସଂପର୍କ ଲାଗି ମନା କରିବାରୁ ସେ ୨୦ ବର୍ଷୀୟା ମଡେଲ ମାନସୀ ଦୀକ୍ଷିତଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ଗତ ବର୍ଷ ଅକ୍ଟୋବର ୧୫ ତାରିଖର। ଏହି ମାମଲାରେ ନିକଟରେ ବଙ୍ଗୁର ନଗର ପୁଲିସ୍‌ ଫଟୋଗ୍ରାଫର ନାମରେ ଏକ ଚାର୍ଜସିଟ ଜାରି କରିଛି।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ମୁଜାମିଲ ଓ ଦୀକ୍ଷିତଙ୍କ ଭିତରେ ମାତ୍ର ଅଳ୍ପ କେତେ ଦିନର ସଂପର୍କ ଭିତରେ ମୁଜାମିଲ୍‌ ଦୀକ୍ଷିତଙ୍କ ଆଡ଼େ ଆକର୍ଷିତ ହୋଇଥିଲେ। ତା’ପରେ ଫଟୋସୁଟ୍‌ ନାମରେ ମୁଜାମିଲ୍‌ ଦିକ୍ଷିତଙ୍କୁ ଘରକୁ ଡାକିଥିଲେ। ସେଠାରେ ତାଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ। ମାତ୍ର ଦୀକ୍ଷିତ ତାଙ୍କୁ ମନା କରିବାରୁ କ୍ରୋଧରେ ଆସି ସେ ଏକ କାଠ ଚେୟାରରେ ମାନସୀଙ୍କୁ ପିଟିଥିଲେ।  ପୁଲିସ୍‌ ପଚରାଉଚରା ସମୟରେ ମୁଜାମିଲ୍‌ ନିଜେ ଏହି କଥା ସ୍ୱୀକାର କରିଥିଲେ।

ସମ୍ବନ୍ଧିତ ଖବର