ମୁମ୍ବାଇର ରିଅଲ ସିଂଘମ୍‌ ! ନାରୀ ବେଶ ପକାଇ ଲାଞ୍ଚ ନେଉଥିବା ପୁଲିସ ଅଧିକାରୀଙ୍କୁ ଧରିଲେ ଆଇପିଏସ୍‌ ଅଫିସର

ଭାଗଲପୁର : ସିଂଘମ୍‌ ଫିଲ୍ମ ତ ଆପଣମାନେ ନିଶ୍ଚୟ ଦେଖିଥିବେ । ସେଥିରେ ଅଜୟ ଦେବଗନ କିପରି ସମାଜରୁ ଦୁର୍ନୀତି ଏବଂ ଅତ୍ୟାଚାରକୁ ଦୂର କରୁଛନ୍ତି ତାହା ଚିତ୍ରଣ କରାଯାଇଛି । ସେ ଫିଲ୍ମଟି ଦେଖିବା ପରେ ଏଭଳି କେବଳ ପରଦା ଉପରେ ହୋଇପାରିବ ବୋଲି ଆପଣ ଭାବିଥିବେ ନିଶ୍ଚୟ । କିନ୍ତୁ ଏବେ ସେହି କଥାଟିକୁ ସତ କରି ରିଅଲ ସିଂଘମ ପାଲଟିଛନ୍ତି ମୁମ୍ବାଇରେ ନୂଆ କରି ପୋଷ୍ଟିଙ୍ଗ ହୋଇଥିବା ଆଇପିଏସ୍‌ ଶିବ୍‌ଦୀପ୍‌ ବାମନରାୟ ।

ଏବେ ସେ ମୁମ୍ବାଇରେ ଡିସିପି ଭାବେ ନିଯୁକ୍ତ ହୋଇଛନ୍ତି । ତାଙ୍କ କାମ କରିବାର ଶୈଳୀକୁ ଦେଖି ସମସ୍ତେ ତାଙ୍କୁ ସିଂଘମ୍‌ ବୋଲି ନାମକରଣ କରିଛନ୍ତି । ୨୦୧୫ରେ ସେ ଜଣେ ପୁଲିସ ଅଧିକାରୀଙ୍କୁ ଲାଞ୍ଚ ନେଉଥିବା ସମୟରେ ଧରିଥିଲେ । ଯାହା ପରଠାରୁ ତାଙ୍କୁ ଲୋକେ ଜାଣିବା ଆରମ୍ଭ କରିଥିଲେ । ପଟନାରେ ଜଣେ ପୁଲିସ ଅଧିକାରୀ ଲାଞ୍ଚ ନେଉଥିବା ବେଳେ ମୁହଁରେ ଓଢ଼ଣା ଦେଇ ମହିଳା ବେଶରେ ସେ ସେଠାରେ ପହଞ୍ଚିଥିଲେ । ପୁଲିସ ଅଧିକାରୀ ଜଣଙ୍କ ତାଙ୍କୁ ନ ଜାଣି ପାରି ଲୋକମାନଙ୍କଠାରୁ ଲାଞ୍ଚ ନେଇଥିଲେ । କିନ୍ତୁ ତାଙ୍କୁ ଜଣା ନଥିଲା ସେ ଧରା ପଡ଼ିବା ପାଇଁ ଯାଉଛନ୍ତି ।

India Today

ପୁଲିସ ଅଧିକାରୀଙ୍କ ଦୁର୍ନୀତିର ପର୍ଦ୍ଦାଫାସ ପରଠାରୁ ଆଉ କେହି ବି ସେ ଅଞ୍ଚଳରେ ସେଭଳି କରିବା ପାଇଁ ଚେଷ୍ଟା କରି ନଥିଲେ । ଚୋର ଏବଂ ଲାଞ୍ଚ ନେଉଥିବା ସରକାରୀ କର୍ମଚାରୀଙ୍କୁ ଧରିବାର ଉପାୟ ପାଇଁ ତାଙ୍କୁ ସବୁ ଯୁବକ-ଯୁବତୀମାନେ ଦବଙ୍ଗ ଏବଂ ସିଂଘମ୍‌ ବୋଲି ଡ଼ାକିଥାନ୍ତି । ସୂଚନା ମୁତାବକ,ପାଠ ପଢ଼ିବା ପାଇଁ ଟଙ୍କା ନଥିବା ବେଳେ ଅତି କଷ୍ଟରେ ସେ ନିଜ ପାଠ ପଢ଼ା ସାରି ୨୦୦୬ରେ ଆଇପିଏସ୍‌ ବନିଥିଲେ । ଆଇପିଏସ୍‌ ହେବା ପରେ ପ୍ରଥମେ ତାଙ୍କର ପୋଷ୍ଟିଙ୍ଗ ବିହାରରେ ହୋଇଥିଲା । ଧୀରେ ଧୀରେ ତାଙ୍କର ଯେଉଁ ଅଞ୍ଚଳକୁ ପୋଷ୍ଟିଙ୍ଗ କରାଯାଉଥିଲା ସେ ସେହି ଅଞ୍ଚଳରୁ ସମସ୍ତଙ୍କ ଦୁର୍ନୀତି ହଟାଇ ଦେଉଥିଲେ ।

ସମ୍ବନ୍ଧିତ ଖବର