ମହିଳାଙ୍କୁ ଦୁର୍ବ୍ୟବହାର, ୨ ଗିରଫ

ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ କେଦାରଗୌରୀ ରୋଡ଼୍‌ରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପୁରୁଣା ଭୁବନେଶ୍ୱର ବ୍ରାହ୍ମଣସାହିର ଅବିନାଶ ମହାପାତ୍ର (୨୩) ଓ ଯଜ୍ଞେଶ୍ୱର ମହାପାତ୍ର (୨୨)। ପୁଲିସ ସୂଚନା ଅନୁଯାୟୀ ପୁରୁଣା ଭୁବନେଶ୍ୱର କେଦାରଗରୀ ସିଦ୍ଧି ମଣ୍ଡପରୁ ଚିନ୍ତାମଣିଶ୍ୱର ଅଞ୍ଚଳର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ସହ ଆସୁଥିବା ବେଳେ ଏକ ବାଇକ୍‌ରେ ୩ଜଣ ଯୁବକ ସେମାନଙ୍କୁ ସାମାନ୍ୟ ଧକ୍କା ହୋଇଥିଲେ। ତେବେ ଏ ନେଇ ମହିଳା ଜଣକ ପ୍ରତିବାଦ କରିବାରୁ ୩ଜଣ ଯୁବକ ତାଙ୍କୁ ଗାଳିମନ୍ଦ କରିବା ସହ ଦୁର୍ବ୍ୟବହାର କରିଥିଲେ। ମହିଳ ଜଣକଙ୍କ ଏ ସଂପର୍କରେ ଥାନାରେ ଅଭିଯୋଗ କରିବା ପରେ ଯାଜ୍ଞେଶ୍ୱର ଓ ଅବିନାଶକୁ ପୁଲିସ ଗିରଫ କରିଛି। ତେବେ ଅନ୍ୟ ଜଣେ ଯୁବକ ଫେରାର ଅଛି।

ସମ୍ବନ୍ଧିତ ଖବର