ରାସ୍ତା ମଝିରେ ମହିଳାଙ୍କୁ ନିସ୍ତୁକ ପିଟିଲେ ଦୁର୍ବୃତ୍ତ, ଭିିଡିଓ ହେଲା ଭାଇରାଲ୍‌

ବ୍ରହ୍ମପୁର: ଗଞ୍ଜାମରେ ଅପରାଧର ମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।  ଦିନ ଦ୍ୱିପ୍ରହରେ ଲୁଟ୍‌, ରାହାଜାନି ସହ ହତ୍ୟାକାଣ୍ଡ ବି ବଢୁଥିବାର ଦେଖିବାକୁ ମିଳୁଛି । ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡିଘେରିରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା ପରେ ଏବେ ପୁଣି ଜଣେ ମହିଳାଙ୍କୁ ମାଡ ମାରାଯିବାର ଭିଡିଓ ଭାଇରାଲ ହୋଇଛି ।

ବ୍ରହ୍ମପୁର ସହରର ମେଡିକାଲ ଛକ ରାସ୍ତାରେ ମହିଳାଙ୍କୁ ନିସ୍ତୁକ ମାଡ ମରାଯାଇଛି । ଚୋର ସନ୍ଦେହରେ ତାଙ୍କୁ ମାଡ ମାରିଛନ୍ତି ଦୁଇ ଜଣ ମହିଳା । ଏପରିକି ମହିଳାଜଣଙ୍କୁ ଘୋଷାଡି ଘୋଷାଡି ନେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିିଛି । ମାତ୍ର ଘଟଣା ସମ୍ପର୍କରେ ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ । ଦୁଇ ତିନି ଦିନ ତଳେ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି କିଛି ଲୋକ ମଧ୍ୟ ହତ୍ୟା କରିଥିଲେ ।

ସମ୍ବନ୍ଧିତ ଖବର