କନେଷ୍ଟବଳଙ୍କ କଳାକାରନାମା: ପୁଲିସ ହେଲିକପ୍ଟରରୁ ମଡେଲ ଓ ଦମ୍ପତ୍ତିଙ୍କ ଅଶ୍ଳୀଳ ଫଟୋ ଉଠାଇଲେ

ନୂଆଦିଲ୍ଲୀ: ଇଂଲଣ୍ଡର ୟର୍କସାୟାରରେ ପୂର୍ବତନ ଗ୍ଲାମର ମଡେଲ ଜଣେ କନେଷ୍ଟବଳଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ପୂର୍ବତନ ମଡେଲ ଟ୍ରେସି ଅଭିଯୋଗ କରି କହିଛନ୍ତି ଯେ, ସେ ବଗିଚାରେ ଉଲଗ୍ନ ଅବସ୍ଥାରେ ବସି ସୂର୍ଯ୍ୟକିରଣ ନେଉଥିଲେ। ଏହି ସମୟରେ ପୁଲିସ ହେଲିକପ୍ଟର ବ୍ୟବହାର କରି ଜଣେ କନେଷ୍ଟବଳ ଏସବୁକୁ ସୁଟ କରିଥି‌ଲେ।

‌ତେବେ ଏହି ଘଟଣାକୁ କେନ୍ଦ୍ର କରି ଟ୍ରେସି ଏକ ମାନହାନି ମାମଲା ରୁଜୁ କରିଥି‌‌ଲେ। ଏଥିସହିତ ସେ ପାଖାପାଖି ୨କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ। ‌ଏପଟେ ଏହି ପ୍ରସଙ୍ଗରେ ସେମାନେ ଟ୍ରେସିଙ୍କ ସହ ଆପୋଷ ବୁଝାମଣା କରି ସାରିଥିବା ପୁଲିସ କହିଛି।

ପୂର୍ବତନ ଗ୍ଲାମର ମଡେଲ ଟ୍ରେସି କହିଛନ୍ତି, ଅଭିଯୁକ୍ତ ୫୪ବର୍ଷିୟ କନେଷ୍ଟବଳ ଆଡ୍ରିଆନ ପୋଗମୋର ଅପରାଧୀଙ୍କ ଉପରେ ନଜର ରଖିବା ବଦଳରେ ଏଭଳି କାମ କରିବା ବାସ୍ତବରେ ନିନ୍ଦନୀୟ। ଏହି ଘଟଣାକୁ ‌ନେଇ ଅଭିଯୁକ୍ତ ପୋଗମୋର ସ୍ବୀକାର କରି କହିଛନ୍ତି କି, ସେ ଦକ୍ଷିଣ ୟର୍କସାୟାର ପୁଲିସର ହେଲିକପ୍ଟର ବ୍ୟବହାର କରି ଟ୍ରେସିଙ୍କ ପିଛା କରିଥିଲେ। ପୋଗମୋର ଦକ୍ଷିଣ ୟର୍କସାୟାରର ପୁଲିସର ଏୟା୍ର ସପୋର୍ଟ ୟୁନିଟରେ କାର୍ଯ୍ୟ କରୁଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ସେ ହେଲିକପ୍ଟର ବ୍ୟବହାର କରି ଜଣେ ଦମ୍ପତ୍ତିଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟ କରିଥିବା ଅଭିଯୋଗ ହୋଇଥିଲା।

ତେବେ କନେଷ୍ଟବଳ ବ୍ୟବହାର କରିଥିବା ସରକାରୀ ହେଲିକପ୍ଟରରେ ବହୁତ ଶକ୍ତିଶାଳୀ କ୍ୟାମେରା ଲାଗିଛି। ଏହି କ୍ୟାମେରାରେ ଦୁଇ ମାଇଲ ଦୂରରୁ ମଧ୍ୟ କାରର ନମ୍ବର ପ୍ଲେଟକୁ ସ୍ପଷ୍ଟ ଭାବରେ ଦେଖାଯାଇ ପାରିବ।

ସମ୍ବନ୍ଧିତ ଖବର