୧୫୦ଫୁଟ ଉଚ୍ଚ ରାମଦୋଳି ଉପରକୁ ଚଢ଼ି ଉଲଗ୍ନ ହୋଇ ତଳକୁ ଡେଇଁପଡ଼ିଲା ଯୁବକ

ନୂଆଦିଲ୍ଲୀ: ଜଣେ ୩୨ବର୍ଷର ବ୍ୟକ୍ତି ଉଲଗ୍ନ ହୋଇ ୧୫୦ଫୁଟ ଉଚ୍ଚ ରାମ ଦୋଳି ଉପରକୁ ଚଢ଼ି ଡେଇଁ ପଡ଼ିଥିବାର ଘଟଣା ସାମ୍ନାକୁ ଆସିଛି। । ଏହି ଘଟଣା ସମୟରେ ଆଖପାଖରେ ଅନେକ ସଂଖ୍ୟାରେ ପର୍ଯ୍ୟଟକ ଉପସ୍ଥିତ ଥିଲେ। ଏହି ବ୍ୟକ୍ତି ଦୋଳିରୁ ଡେଇଁ ପଡ଼ିବା ହେତୁ ତାର ମୃତ୍ୟୁ ହୋଇଥିବା ଖବର ମିଳିଛି। ଏଭଳି କାଣ୍ଡ ଘଟାଇ ଥିବା ବ୍ୟକ୍ତିର ନାମ ମାଇଲ୍ସ କେସଲର ବୋଲି ଜଣାପଡ଼ିଛି।

ଏହି ଘଟଣା ଇଟାଲିର ଏକ ରିସର୍ଟରେ ଘଟିଛି। ରିିମିନିସ୍ଥିତ ରିସର୍ଟରେ ବ୍ରିଟିଶ ବ୍ୟକ୍ତି ମାଇଲ୍ସ କେସଲରର ଏହି କାମକୁ ନେଇ ପର୍ଯ୍ୟଟକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଜଣେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ଏହି ଦୃଶ୍ୟ ଦେଖିବାକୁ ବହୁ ଭୟାବହ ଲାଗିଥିଲା। ବ୍ୟକ୍ତି ସୁରକ୍ଷା ବ୍ୟବସ୍ଥାକୁ ଚକମା ଦେଇ ଦୋଳିର ଉପରକୁ ଚଢ଼ି ଯାଇଥିଲେ। ଦୋଳି ଶୀର୍ଷରେ ପହଞ୍ଚିବା ପରେ ସେ ନିଜ ପୋଷାକ ଖୋଲି ଦେଇଥିଲେ। ଏବଂ କେହି କିଛି ବୁଝିବା ପୂର୍ବରୁ ସେ ଦୋଳିର ଉପରୁ ତଳକୁ ଡେଇଁ ପଡ଼ିଥିଲେ, ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣାବାୟୁ ଉଡି ଯାଇଥିଲା। ତେବେ ଏହା ସ୍ପଷ୍ଟ ହୋଇପାରି ନାହିଁ କି ବ୍ୟକ୍ତି ମାନସିକ ବିକାରଗ୍ରସ୍ତ ପାଇଁ ନା ଷ୍ଟଣ୍ଟ ନା ଅନ୍ୟ କୌଣସି କାରଣ ପାଇଁ ଏପରି ପଦକ୍ଷେପ ନେଇଥିଲେ।

ସମ୍ବନ୍ଧିତ ଖବର