ସ୍ପା ସେଣ୍ଟର୍‌ରେ ସେକ୍ସ ର‍୍ୟାକେଟ୍‌ : ମୁଖ୍ୟ ଅଭିଯୁକ୍ତ ଗରିଫ

ଘରମାଲିକଙ୍କୁ ନୋଟିସ୍‌

ଭୁବନେଶ୍ୱର : ଏକାମ୍ରଭିଲ୍ଲା ଅଞ୍ଚଳର ଏକ ଦୁଇମହଲା ଘରୁ  ରବିବାର ନୂଆପଲ୍ଲୀ ଥାନା ପୁଲିସ ଏକ ସେକ୍ସର‍୍ୟାକେଟ୍‌କୁ ଠାବ କରିଥିଲା। ଏହି ଘଟଣାରେ ପୁଲିସ ରାଣୀ ମହୁମାଛି ଓ ୪ ଜଣ ଗ୍ରାହକଙ୍କୁ ଗିରଫ କରିଥିଲା। ସେହିପରି ସେଠାରୁ ୩ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଜି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ରାମେଶ୍ୱର ଆଚାରୀକୁ ଗିରଫ କରାଯାଇଛି।  ରାମେଶ୍ୱରର ଘର କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳରେ। ସେ ଭିଏଲ୍‌ଡବ୍ଳ୍ୟୁ ଭାବେ କାମ କରନ୍ତି। ତେବେ ସୋମବାର ସକାଳୁ ପୁଲିସର ଏକ ଟିମ ରାମେଶ୍ୱରଙ୍କ ଟିକାବାଲି ଘରେ ଚଢ଼ଉ କରି ସେଠାରୁ ତାଙ୍କୁ ଗିରଫ କରିଥିଲା। ଆଜି ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ଅନ୍ୟପଟେ ଘରମାଲିକଙ୍କ ସମ୍ପୃକ୍ତିନେଇ ପୁଲିସ ସନ୍ଦେହ କରିଛି। ତେଣୁ ଆସନ୍ତାକାଲି ଥାନାରେ ହାଜର ହେବାକୁ ପୁଲିସ ନୋଟିସ୍‌ ପଠାଇଛି।

 

ମସାଜରୁ ପ୍ରେମରେ ପଡ଼ିଥିଲେ ଭିଏଲ୍‌ଡବ୍ଲ୍ୟୁ

ପୁଲିସ ସୂଚନା ଅନୁଯାୟୀ ଗତ ଅଢ଼େଇ ବର୍ଷତଳେ ରାମେଶ୍ୱର କୌଣସି କାମରେ ଭୁବନେଶ୍ୱର ଆସିଥିଲେ। ତାଙ୍କର ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେବାରୁ ସହିଦନଗରରେ ଥିବା ଏକ ସ୍ପାକୁ ଯାଇ ରାଣୀ ମହୁମାଛି ରଙ୍କିଙ୍କଠାରୁ ମସାଜ୍‌ ନେଇଥିଲେ। ପରେ ଉଭୟଙ୍କ ମଧ୍ୟରେ ସଂପର୍କ ଗଢ଼ି ଉଠିଥିଲା। ଏପରିକି ଉଭୟ ଶାରୀରିକ ସଂପର୍କ ରଖୁଥିଲେ। ତେବେ ରିଙ୍କିଙ୍କୁ ସବୁଦିନ ପାଇଁ ନିଜ ପାଖରେ ରଖିବାକୁ ସ୍ଥିର କରିଥିଲେ ରାମେଶ୍ୱର। ନିଜର ଗୋଟେ ସ୍ପା ଖୋଲିବାକୁ ରିଙ୍କିଙ୍କୁ ରାମେଶ୍ୱର ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ସମସ୍ତ ଆର୍ଥିକ ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ସହିଦନଗର ସ୍ପାରୁ କାମଛାଡ଼ିବାର କିଛିଦିନ ପରେ କେତେଜଣ ଡାକ୍ତରଙ୍କୁ ନେଇ ରାମେଶ୍ୱର ଓ ରିଙ୍କି ଏକାମ୍ର ଭିଲ୍ଲା ଅଞ୍ଚଳରେ ଫିଜିଓଥେରାପି, ରେଡିଓଲୋଜି ସେଣ୍ଟର୍‌ କରିଥିଲେ। ହେଲେ ଟଙ୍କା ପଇସା ହିସାବକୁ ନେଇ ରାମେଶ୍ୱର ଓ ଡାକ୍ତରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଫଳରେ ଡାକ୍ତରମାନେ ସେଠାରେ କାମକରିବା ବନ୍ଦ କରିଦେଇଥିଲେ। ଏହାପରେ ରାମେଶ୍ୱର ସେଠାରେ ଆୟୁର୍ବେଦିକ ସ୍ପା କରିଥିଲେ। ଏଥିପାଇଁ ରାମେଶ୍ୱର ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଦେଇଥିଲେ। ଅନେକ ଯୁବତୀ ରାମେଶ୍ୱରଙ୍କୁ ଯୋଗାଯୋଗ କରିଥିଲେ। ଆଉ ଏହାପରେ ସେଠାରେ  ଆରମ୍ଭ ହୋଇଥିଲା ଦେହ ବ୍ୟବସାୟ। ଅଧିକ ରୋଜଗାର ପାଇଁ  ଓ ଗ୍ରାହକମାନଙ୍କୁ ଆକୃଷ୍ଟ କରିବାଲାଗି ବିଜ୍ଞାପନ ମାଧ୍ୟମରେ ଅଫର ଦିଆଯାଉଥିଲା। ୮୦୦ ଟଙ୍କାର ମସାଜ୍‌କୁ ୫୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରାଯାଇଥିଲା। ଫଳରେ ପ୍ରତିଦିନ ୧୦ରୁ ଊର୍ଦ୍ଧ୍ୱ ଗ୍ରହକଙ୍କ ଭିଡ଼ ଜମୁଥିଲା। ଗ୍ରାହକଙ୍କ ମନଜାଣି ସେମାନଙ୍କ ପସନ୍ଦ ଅନୁସାରେ ସେବା ଯୋଗାଇ ଦିଆଯାଉଥିଲା।

ସମ୍ବନ୍ଧିତ ଖବର