ଧରା ନପଡ଼ିବାକୁ ମୁହଁରେ ମାସ୍କ ପିନ୍ଧି ଦମ୍ପତି କରୁଥିଲେ ଅଶ୍ଳୀଳ ଭିଡିଓ ସୁଟ୍‌

ନୂଆଦିଲ୍ଲୀ: ହୋଟେଲ୍‌ ରୁମ୍‌ରେ ପର୍ଣ୍ଣ ଫିଲ୍ମ ସୁଟ୍‌ କରିବା ଅଭିଯୋଗରେ ଏକ ଦମ୍ପତିଙ୍କୁ ଗିରଫ କରାଯାଇଛି। ମୁସ୍‌ଲିମ୍‌ ସଂଖ୍ୟାଗରିଷ୍ଠ ଦେଶ ଇଣ୍ଡୋନେସିଆରେ ଏପରି ଏକ ଘଟଣା ଘଟିବା ପରେ ଦମ୍ପତିଙ୍କୁ ୬ ବର୍ଷର ଜେଲ୍‌ ଦଣ୍ଡାଦେଶ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଜ‌ାଣିବାକୁ ମିଳିଛି ‌ଯେ ନିଜ ପରିଚୟ ଲୁଚାଇବାକୁ ଦମ୍ପତି ହୋଟେଲ୍‌ ରୁମ୍‌ ଭିତରେ ମାସ୍କ ପିନ୍ଧି ସୁଟ୍‌ କରୁଥିଲେ। ହେଲେ ପୁଲିସ୍‌ ବହୁ ତଦନ୍ତ କରିବା ପରେ ସେମାନଙ୍କ ପରିଚୟ ପାଇଯାଇଛି।

ଡେଲିଷ୍ଟାର୍‌ ରିପୋର୍ଟ ମୁତାବକ, ଏହି ଦମ୍ପତି ହେଉଛନ୍ତି ଇଣ୍ଡୋନେସିଆର ବାସିନ୍ଦା। ସେମାନେ ହୋଟେଲ୍‌ ରୁମ୍‌ରେ ସୁଟ୍‌ କରୁଥିବା ଅଶ୍ଳୀଳ ଭିଡିଓ ପୂରା ଦେଶରେ ଭାଇରାଲ୍‌ ହେବା ପରେ ସେ ଦୁହିଁଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଆପଣଙ୍କ ସୂଚନା ସକାଣେ ଜଣାଇ ଦେଉଛୁ ଯେ ଇଣ୍ଡୋନେସିଆରେ ପର୍ଣ୍ଣୋଗ୍ରାଫିକୁ ବ୍ୟାନ୍‌ କରାଯାଇଛି। ସେହି କାରଣରୁ ପୁଲିସ୍‌ ସେ ଦୁହିଁଙ୍କୁ ଖୋଜିବା ଆରମ୍ଭ କରି ଦେଇଥିଲା।

ଜାକର୍ତ୍ତା ପୁଲିସ୍‌ ପକ୍ଷରୁ ଜାଣିବାକୁ ମିଳିଛି ଯେ ପ୍ରଥମେ ପୁଲିସକୁ ଲାଗୁଥିଲା କି ଭିଡିଓ ବାଲିରେ ସୁଟ୍‌ ହୋଇଛି। ମାତ୍ର ପରେ ଜଣାପଡ଼ିଲା ଯେ ସେମାନେ ଯେଉଁ ରୁମ୍‌ରେ ଭିଡିଓ ସୁଟ୍‌ କରିଥିଲେ ସେହି ରୁମ୍‌ଟି ଇଣ୍ଡୋନେସିଆର ପୂର୍ବଜାଭାରେ ଅବସ୍ଥିତ। କାରଣ ରୁମ୍‌ ଭିତରୁ ରୋଡ୍‌ ସାଇନ୍‌ ଓ ୱାଲ୍‌ପେପର୍‌ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଥିଲା। ଯାହାଫଳରେ ପୁଲିସ୍‌କୁ ଜାଣିବାକୁ ସୁବିଧା ହେଲା। ଭିଡିଓଟିର ରୁମ୍‌ଟି ଜଣାପଡ଼ିବା ପରେ ପୁଲିସ୍‌ ସେହି ହୋଟେଲ୍‌କୁ ଯାଇ ପଚରାଉଚରା କରି ଉକ୍ତ ଦମ୍ପତିଙ୍କୁ ବି ଖୋଜି ପାଇଗଲା।

ସମ୍ବନ୍ଧିତ ଖବର